Latest Odisha News

BREAKING NEWS

ଗୁଜବ ରୋକିବା ପାଇଁ ମାଇଁଗଭ କରୋନା ହେଲ୍ପ ଡେସ୍କ ଆରମ୍ଭ କଲେ ଭାରତ ସରକାର

ନୂଆଦିଲ୍ଲୀ: କରୋନା ଭୁତାଣୁ ସଂକ୍ରମଣ ନେଇ ଜନସାଧାରଣରେ ଭୟ ସୃଷ୍ଟି ହୋଇଥିବା ବେଳେ ସୋସିଆଲ ମିଡିଆରେ ଗୁଜବ ଓ ମିଥ୍ୟା ଖବର ପ୍ରସାର ରୋକିବା ପାଇଁ ଭାରତ ସରକାର ହ୍ଵାଟ୍ସଆପରେ ଏକ ଚାଟ-ବଟ ମାଇଁଗଭ କରୋନା ହେଲ୍ପ ଡେସ୍କ ଆରମ୍ଭ କରିଛନ୍ତି । ଏହା ଜରିଆରେ କରୋନା ମହାମାରୀ ଉପରେ ଲୋକଙ୍କ ପ୍ରଶ୍ନର ଉତ୍ତର ସାଙ୍ଗକୁ ସଠିକ ତଥ୍ୟ ଏବଂ ଆଧିକାରିକ ପରାମର୍ଶ ମିଳିପାରିବ ।

ହ୍ଵାଟ୍ସଆପ ରେ ୯୦୧୩୧୫୧୫୧୫ ନମ୍ବରକୁ ନମସ୍ତେ ମେସେଜ ପଠାଇ ସାଧାରଣ ଲୋକେ ମାଇଁଗଭ କରୋନା ହେଲ୍ପ ଡେସ୍କ ଦେଖି ପାରିବେ ଏବଂ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ ।

ଏଥିରେ ଲୋକଙ୍କ ମନରେ ସାଧାରଣତଃ ଆସୁଥିବା କରୋନା ସମ୍ପର୍କିତ ଅନେକ ପ୍ରଶ୍ନ, ଯେପରିକି ରୋଗର ଲକ୍ଷଣ, ଆବଶ୍ୟକୀୟ ପ୍ରତିଷେଧକମୂଳକ ପଦକ୍ଷେପ, ହେଲ୍ପଲାଇନ ଯୋଗାଯୋଗ ନମ୍ବର, ସରକାରୀ ସୂଚନା ଓ ପରାମର୍ଶ, କୌଣସି ଅଂଚଳରେ ପ୍ରଭାବିତ ଲୋକଙ୍କ ସମ୍ବନ୍ଧିତ ତଥ୍ୟ ଇତ୍ୟାଦି ମିଳିପାରିବ ।

ମିଳିଥିବା ସୂଚନା ଅନୁଯାୟୀ ଏହି ଚାଟ-ବଟ ଭାରତ ସରକାରଙ୍କ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ସହାୟକ କମ୍ପାନୀ ଜିଓ ହାପଟିକ ଟେକ୍ନୋଲୋଜି ଦ୍ୱାରା ବିକଶିତ ଓ କାର‌୍ୟ୍ୟକାରୀ କରାଯାଇଛି । କମ୍ପାନୀ ପକ୍ଷରୁ ଏହି ଅଭିନବ ଚାଟ-ବଟ ସରକାରଙ୍କ ପାଇଁ ବିନାମୂଲ୍ୟରେ ବିକଶିତ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.