Latest Odisha News

BREAKING NEWS

ଭାରତ-ମିଆଁମ୍ୟାର ମଧ୍ୟରେ ଅବାଧ ଚଳପ୍ରଚଳ ଉପରେ ରୋକ୍ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତ-ମିଆଁମ୍ୟାର ମଧ୍ୟରେ ମୁକ୍ତ ଚଳପ୍ରଚଳ ଉପରେ ଲଗାଇଛନ୍ତି ପ୍ରତିବନ୍ଧକ । ଏନେଇ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଆଭ୍ୟନ୍ତୀରଣ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି । ଅମିତ ଶାହ ଲେଖିଛନ୍ତି, ଉତ୍ତର ପୂର୍ବ ଭାରତର ଭୌଗଳିକ ସ୍ଥିତି ସହ ରାଜ୍ୟମାନଙ୍କୁ ଲାଗି ରହିଥିବା ମିଆଁମ୍ୟାର ସୀମାରେ ଅବାଧ ପ୍ରବେଶ ହୋଇ ପାରିବ ନାହିଁ ।
ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ୧୬୪୩ କିଲୋମିଟର ଲମ୍ବ ଭାରତ-ମିଆଁମ୍ୟାର ସୀମାରେ ତାରବାଡ଼ କରିବା ଲାଗି ଘୋଷଣା କରିଥିଲେ । ଯାହାକି ସଂକେତ ଦେଇଥିଲା ୨ ଦେଶ ମଧ୍ୟରେ ଆଗକୁ ଅବାଧ ଚଳପ୍ରଚଳ ହୋଇ ପାରିବ ନାହିଁ । ପୂର୍ବରୁ ପ୍ରଚଳିତ ମୁକ୍ତ ଚଳପ୍ରଚଳ ବ୍ୟବସ୍ଥାରେ ୨ ଦେଶର ଲୋକ ଅନ୍ୟ ଦେଶର ୧୬ କିଲୋମିଟର ପର୍ଯ୍ୟନ୍ତ ବିନା ବାଧାରେ ଯାଇ ପାରୁଥିଲେ ।
୨୦୨୧ ଫେବ୍ରୁଆରୀ ୧ରୁ ମିଆଁମ୍ୟାର ସେନା କ୍ଷମତା ଦଖଲ କରିଛି । ସେବେଠାରୁ ମିଆଁମ୍ୟାରରେ ହିଂସା ଲାଗି ରହିଥିବା ବେଳେ ଗଣତନ୍ତ୍ର ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରୁଛନ୍ତି ଲୋକେ ।

ଗତବର୍ଷ ଅକ୍ଟୋବରରୁ ମିଆଁମ୍ୟାରର ଅନେକ ରାଜ୍ୟରେ ସେନା ଓ ବିଦ୍ରୋହୀ ମୁହାଁମୁହିଁ ହୋଇଛନ୍ତି । ତେବେ ନଭେମ୍ବରରୁ ବିଦ୍ରୋହର ବହ୍ନି ତେଜିବାରେ ଲାଗିଛି । ମିଆଁମ୍ୟାରର ପ୍ରମୁଖ ସହର ସହ ସୀମାନ୍ତକୁ ବ୍ୟାପିଛି ପ୍ରତିବାଦର ନିଆଁ । ଏଣୁ ସୀମାନ୍ତ ରାଜ୍ୟ ମଣିପୁର ଓ ମିଜୋରାମର ସୁରକ୍ଷାକୁ ନଜରରେ ରଖି ସୀମାରେ ମୁକ୍ତ ଗମନାଗମନ ବ୍ୟବସ୍ଥା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆ ଯାଇଛି ।

Leave A Reply

Your email address will not be published.