Latest Odisha News

BREAKING NEWS

ଆଇଟିଆଇ କ୍ୟାମ୍ପସରେ ହାତୀପଲ , ସିସିଟିଭିରେ କଏଦ ହେଲା ଭିଜୁଆଲ

କାମାକ୍ଷାନଗର: ଦିନକୁ ଦିନ ହାତୀଙ୍କ ଦୌରାତ୍ମ୍ୟ ବଢି ବଢି ଚାଲିଛି । କାମାକ୍ଷାନଗର ମହାବିରୋଡ ରେଞ୍ଜ ପରଜଙ୍ଗ ବ୍ଲକ କନ୍ଦରସିଂହା ଗାଁରେ ଥିବା ସରକାରୀ ଆଇଟିଆଇ କ୍ୟାମ୍ପସରେ ହାତୀ ପଲ ବୁଲୁଥିବା ଦେଖିବାକୁ ମିଳିଛି । ଯାହାର ଭିଜୁଆଲ ସିସି ଟିଭିରେ କଏଦ ହୋଇଛି । ଆଜି ୨୫ ଟିକିଆ ହାତୀପଲ ପାଚେରୀ ଭାଙ୍ଗି କ୍ୟାମ୍ପସ ପରିସରରେ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।  ପରେ ଏହି ହାତୀ ପଲ ଗେଟ୍ ବାଟ ଦେଇ  ବାହାରକୁ ବାହାରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଗେଟ୍ ତାଲା ପଡିଯାଇଥିବାରୁ ପଦାକୁ ବାହାରିପାରିନଥିଲେ ।

ଦୀର୍ଘ ସମୟ ଧରି ଏହି ହାତୀ ପଲ କ୍ୟାମ୍ପସ ପରିସରେ ଏଣେତେଣେ ବୁଲୁଥିବାର ଭିଜୁଆଲ କଏଦ ହୋଇଛି । ପରେ ବନ ବିଭାଗ ଖବର ପାଇ ଘଟଣାସ୍ଥଳକୁ ଆସି ହାତୀ ପଲଙ୍କୁ ଘଉଡାଇଥିଲେ । ଏହି ହାତୀପଲଙ୍କ ମଧ୍ୟରୁ କିଛି ହାତୀ କନ୍ଦରସିଙ୍ଗା ଜଙ୍ଗଲ ଏବଂ ଆଉ କିଛି ହାତୀ ବାରବାଙ୍କ ଜଙ୍ଗଲକୁ ଚାଲିଯାଇଥିବା ଜଣାପଡିଛି । ସେପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିବାବେଳେ ବନ ବିଭାଗ ହାତୀପଲଙ୍କ ଗତି ବିଧି ଉପରେ ସମ୍ପୂର୍ଣ୍ଣ ନଜର ରଖିଛି ।

Leave A Reply

Your email address will not be published.