Latest Odisha News

BREAKING NEWS

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ଆତଙ୍କବାଦୀ

ଶୋପିୟାଁ: ଦକ୍ଷିଣ କଶ୍ମୀରର ଶୋପିୟାଁ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୪ ଆତଙ୍କବାଦୀ । ଜୈନପାରୋର ବଡିଗାମରେ ଖବର ପାଇବା ପରେ ସମ୍ପୂର୍ଣ୍ଣ ଅଂଚଳକୁ ଘେରାଉ କରିଥିଲେ । ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୪ ଆତଙ୍କବାଦୀ ନିହତ ହୋଇଥିଲେ । ତେବେ ଏହି ଅପରେଶନ ବେଳେ ଘଟଣାସ୍ଥଳକୁ ଯାଉଥିବା ସମୟରେ ସୁରକ୍ଷାକର୍ମୀ ବସିଥିବା ସୁମୋ ଗାଡିଟି ଓଲଟି ପଡିଥିଲା ।

ଏହି ଦୁର୍ଘଟଣାରେ ଦୁଇ ଜଣ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି । ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ଅଂଚଳକୁ କଡା ନଜରରେ ରଖିଛି ।

Leave A Reply

Your email address will not be published.