Latest Odisha News

BREAKING NEWS

ସବୁଜ ରଙ୍ଗର ଅଣ୍ଡା: ଓଜନ ୫୦୦ ଗ୍ରାମରୁ ଏକ କିଲୋଗ୍ରାମ

ଭୁବନେଶ୍ୱର: ସାଧାରଣତଃ ପ୍ରୋଟିନ ଓ କ୍ୟାଲସିୟମର ଆବଶ୍ୟକତା ପୂରା କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାନ୍ତି। ମଣିଷର ଖାଦ୍ୟ ତାଲିକାରେ ରହିଥିବା ଅନେକ    ପ୍ରକାର କ୍ୟାଲସିୟମ ଓ ପ୍ରୋଟିନ ଯୁକ୍ତ ଖାଦ୍ୟ ଭିତରୁ ଅଣ୍ଡା ଅନ୍ୟତମ। ସାଧାରଣତଃ ଜଣେ ବ୍ୟକ୍ତି ସର୍ବାଧିକ ୪ ରୁ ୫ ଟି ଅଣ୍ଡା ଖାଇ ପାରିଥାଏ । କିନ୍ତୁ ଆମେ କହୁଥିବା ଏହି ସବୁଜ ରଙ୍ଗର ଅଣ୍ଡା ଏତେ ବଡ଼ ଯେ ଆପଣଙ୍କ ପୂରା ପରିବାର ଏହାକୁ ଖାଇ ପାରିବ । ତେବେ ଏହି ଅଣ୍ଡା ବିଷୟରେ କିଛି ରୋଚକ ତଥ୍ୟ ରହିଛି ।

କିଛି ଲୋକ ବ୍ରେକଫାଷ୍ଟରେ ଅଣ୍ଡା ଖାଇଥାନ୍ତି। ଆପଣମାନେ ସାଧାରଣତଃ ଧଳା ଏବଂ ସାମାନ୍ୟ ଲାଲ ରଙ୍ଗର ଅଣ୍ଡା ନିଶ୍ଚୟ ଦେଖିଥିବେ । ଲାଲ ରଙ୍ଗର ଅଣ୍ଡାକୁ ଲୋକେ ଦେଶୀ ଅଣ୍ଡା ବୋଲି କହିଥାନ୍ତି। କିନ୍ତୁ ଆପଣ କେବେ ସବୁଜ ରଙ୍ଗର ଅଣ୍ଡା ଦେଖିଛନ୍ତି କି ? ସବୁଜ ରଙ୍ଗର ଅଣ୍ଡା କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା କିନ୍ତୁ ସତ ଓ ଏଭଳି ଏକ ସବୁଜ ଅଣ୍ଡା ବିଷୟରେ ଆସନ୍ତୁ ଜାଣିବା ।

ଅଷ୍ଟ୍ରେଲିଆର ଏମୁ ପକ୍ଷୀ ଏହି ସବୁଜ ଅଣ୍ଡା ଦେଇଥାଏ । ଏହି ଅଣ୍ଡା ଆକାରରେ ବହୁତ୍ ବଡ଼  । ଏଥିସହିତ ଭାରି ସୁଆଦିଆ ମଧ୍ୟ । ସୁନ୍ଦର ଏବଂ ସବୁଜ ରଙ୍ଗ ପାଇଁ ଏମୁ ଅଣ୍ଡା ବେଶ ଜଣାଶୁଣା । ଏହି ଅଣ୍ଡାର ଚୋପାକୁ ମଧ୍ୟ ସଂରକ୍ଷିତ କରି ରଖାଯାଇ ପାରିବ । ଗୋଟିଏ ଧଳା ଅଣ୍ଡା ରାନ୍ଧିବା ପାଇଁ ପ୍ରାୟ ୧୦ ମିନିଟ ସମୟ ଲାଗୁଥିବାବେଳେ ଏମୁ ଅଣ୍ଡା ଅଧିକ ସମୟ ନେଇଥାଏ। ଏହି ସବୁଜ ରଙ୍ଗର ଅଣ୍ଡାକୁ ସିଝାଇ କିମ୍ବା ଆମ୍ଲେଟ୍ କରି ମଧ୍ୟ ଖାଇପାରିବେ । ଗୋଟିଏ ଏମୁ ଅଣ୍ଡାକୁ ୫-୬ ଜଣ ଲୋକ ଖାଇ ପାରିବେ । ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ହେଉଛି, ଗୋଟିଏ ଏମୁ ଅଣ୍ଡାର ଓଜନ ୫୦୦ ଗ୍ରାମରୁ ଏକ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇପାରେ ।

Leave A Reply

Your email address will not be published.