Latest Odisha News

BREAKING NEWS

ନଭେମ୍ବର ମାସରେ ଜିଏସଟି ସଂଗ୍ରହରେ ବୃଦ୍ଧି, ୬% ବଢି ସଂଗ୍ରହ ହେଲା ୧.୦୩ ଲକ୍ଷ କୋଟି ଟଙ୍କା

ଭୁବନେଶ୍ୱର: ଦ୍ରବ୍ୟ ଓ ସେବା କର (ଜିଏସଟି) ସଂଗ୍ରହ ନଭେମ୍ବର ମାସରେ ବଢି ଗତ ତିନିମାସ ପରେ ଏହା ଏକ ଲକ୍ଷ କୋଟି ସଂଗ୍ରହ ଟପିଲା | ଏକ ବର୍ଷ ପୂର୍ବେ ଏହି ମାସ ତୁଳନାରେ ଛଅ ପ୍ରତିଶତ ବଢି ୧.୦୩ ଲକ୍ଷ କୋଟି ଟଙ୍କା ହୋଇଛି |

ଏହା ପୂର୍ବ ମାସ ଅକ୍ଟୋବରରେ ଜିଏସଟି ସଂଗ୍ରହ ୯୭,୬୩୭ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଥିଲା | ଏହି ସମୟ ନଭେମ୍ବରରେ କେନ୍ଦ୍ରୀୟ ଜିଏସଟି ସଂଗ୍ରହ ୧୯,୫୯୨ କୋଟି ଟଙ୍କା, ରାଜ୍ୟ ଜିଏସଟି ସଂଗ୍ରହ ୨୭,୧୪୪ କୋଟି ଟଙ୍କା, ଏକିକୃତ ଜିଏସଟି ରୁ ୪୯,୦୨୮ କୋଟି ଟଙ୍କା ଓ ଜିଏସଟି ସେସରୁ ସଂଗ୍ରହ ୭,୭୨୭ କୋଟି ଟଙ୍କା ସଂଗ୍ରହ ହୋଇଛି |

ଏକିକୃତ ଜିଏସଟି ସବୁରେ ୨୦,୯୪୮ କୋଟି ଟଙ୍କା ଆମଦାନୀରୁ ସଂଗ୍ରହ କରାଯାଇଛି | ସେହିପରି ଉପକର ସଂଗ୍ରହ ରୁ ୮୬୯ କୋଟି ଆମଦାନୀ ମାଲ ଉପରେ ଉପକରରୁ ପ୍ରାପ୍ତ ହୋଇଛି | ଏହା ପୂର୍ବରୁ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ପୂର୍ବ ବର୍ଷ ଏହି ମାସ ତୁଳନାରେ ଜିଏସଟି ସଂଗ୍ରହ କମିବାର ଦେଖାଯାଇଛି |

ନଭେମ୍ବରରେ ଘରୋଇ ନେଣଦେଣରେ ୧୨ ପ୍ରତିଶତକୁ ବୃଦ୍ଧି ଘଟିଛି | ଏହି ବର୍ଷରେ ଜିଏସଟି ରାଜସ୍ୱ ସବୁଠୁ ଭଲ ମାସିକ ବୃଦ୍ଧି ହୋଇଛି ବୋଲି ସୁତ୍ରରୁ ପ୍ରକାଶ |

Leave A Reply

Your email address will not be published.