Latest Odisha News

BREAKING NEWS

[ଭିଡିଓ] ମାନିଲେନି କରୋନା କଟକଣା, ଶୋଭାଯାତ୍ରା ପାଇଁ ୨୩ ଗିରଫ !

ଅହମଦାବାଦ: କରୋନାର ଦ୍ୱିତୀୟ ଲହରିକୁ ହେୟଜ୍ଞାନ । କରୋନା କଟକଣା ଭାଙ୍ଗି ଶତାଧିକ ଲୋକଙ୍କର ବିଶାଳ ଧାର୍ମିକ ଶୋଭାଯାତ୍ରା । ଗତକାଲି ଅହମଦାବାଦର ନବପୁରା ଗାଁରେ ଶତାଧିକ ମହିଳା ଶ୍ରଦ୍ଧାଳୁଙ୍କ ଶୋଭାଯାତ୍ରାର ଭିଡିଓଟି ଭାଇରାଲ୍ ହୋଇଥିଲା । ଯାହା ପରେ ଆକ୍ସନ ମୋଡକୁ ଆସିଥିଲା ସ୍ଥାନୀୟ ପୋଲିସ ।

ପୋଲିସ ରିପୋର୍ଟ ଅନୁଯାୟୀ ସମସ୍ତ ବିପଦଆପଦରୁ ରକ୍ଷା ପାଇବା ବିଶ୍ୱାସରେ ସ୍ଥାନୀୟ ଠାକୁର ସମ୍ପ୍ରଦାୟର ଲୋକେ ବଲିୟାଦେବ ଭଗବାନଙ୍କ ଉପରେ ପାଣି କଳସ ଢାଳିଥାନ୍ତି । ସେଥିପାଇଁ ମଙ୍ଗଳବାର ସକାଳୁ ଶତାଧିକ ମହିଳା ଶ୍ରଦ୍ଧାଳୁ ମୁଣ୍ଡରେ ପାଣି କଳସ ଧରି ନିଦରାଧ ଗାଁର ବଲିୟାଦେବ ମନ୍ଦିରକୁ ଶୋଭାଯାତ୍ରା କରି ପହଂଚିଥିଲେ । ତେବେ ଏଥିପାଇଁ ଗାଁ ଲୋକେ ପୋଲିସ ପ୍ରଶାସନଠାରୁ କୌଣସି ଅନୁମତି ନେଇନଥିବା ପୋଲିସ ସୁତ୍ରରୁ ଜଣାପଡିଛି ।

ଅହମଦାବାଦ ଏସ.ପି ବୀରେନ୍ଦ୍ର ଯାଦବଙ୍କ ଅନୁଯାୟୀ ଏହି ଘଟଣା ବିଷୟରେ ଜାଣିବା ପରେ ପୋଲିସ ମହିଳାମାନଙ୍କୁ କରୋନା ଭୟାବହତାକୁ ନେଇ ସଚେତନ କରିଥିଲା । ଏପରକି ଗାଁ ସରପଂଚ ଭାରତଭାଇ ଦାଭି ସମେତ ୨୨ଜଣଙ୍କୁ ପୋଲିସ ଗିରଫ ମଧ୍ୟ କରିଛି । ସ୍ଥାନୀୟ ଅଂଚଳରେ ଆଗାକୁ ଯାଇ କରୋନା କଟକଣା ମାନିବାକୁ ସମସ୍ତଙ୍କୁ ତାଗିଦ ମଧ୍ୟ କରାଯାଇଛି ।

Leave A Reply

Your email address will not be published.