Latest Odisha News

BREAKING NEWS

ଗୁରୁକୁଳ ଉତ୍ସବ-୨୦୨୩ ଉଦଘାଟିତ

ଭୁବନେଶ୍ୱର : ଗୁରୁ ରାମହରି ଦାସ ଓଡ଼ିଶୀ ଗୁରୁକୁଳ ପକ୍ଷରୁ ଗୁରୁକୁଳ ଉତ୍ସବ ୨୦୨୩ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳପତି ପ୍ରସନ୍ନ କୁମାର ସ୍ବାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କଳା ସଂସ୍କୃତି ଓ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଗୁରୁକୁଳର ଅବଦାନ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ଓଡ଼ିଶୀ ଗାୟକ ଗୁରୁ ଘନଶ୍ୟାମ ପଣ୍ଡାଙ୍କୁ ୨୫୦୦୦ ଟଙ୍କା ଅର୍ଥ ରାଶି ପ୍ରଦାନ ସହ ଗୁରୁକୁଳ ସମ୍ମାନ ଏବଂ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ କରିଥିବାରୁ ଗୁରୁକୁଳର ନୃତ୍ୟ ବିଭାଗର ମୁଖ୍ୟ ଗୁରୁ ନିରଞ୍ଜନ ରାଉତଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା।

ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା ଗୁରୁକୁଳ ର ମର୍ଦ୍ଦଳ ବିଭାଗର ଶିଳ୍ପୀମାନଙ୍କୁ ନେଇ ବୃନ୍ଦ ମର୍ଦ୍ଦଳ ବାଦନ। ପରେ ପରେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ଦୁଇ ଛାତ୍ରୀ ଅର୍ପିତା ସାହୁ ଏବଂ ରଶ୍ମି ରେଖା ପରିଡ଼ା ଯୁଗଳ ବନ୍ଦୀରେ ଓଡ଼ିଶୀ ଗାୟନ କରିଥିଲେ। ଗାୟନରେ ଥିଲା ରାଗ ହଂସଧ୍ଵନି ଏଵଂ ତାଳ ଏକତାଳି। ମର୍ଦ୍ଦଳରେ ରାମଚନ୍ଦ୍ର ବେହେରା ସହଯୋଗ କରିଥିବା ବେଳେ ହର୍ମୋନିଅମ୍ ଏବଂ ସଂଯୋଜନା କରିଥିଲେ ପ୍ରାଧ୍ୟାପକ ଗୁରୁ ଡକ୍ଟର ଧୀରଜ୍ କୁମାର ମହାପାତ୍ର। ପରେ ପରେ ଗୁରୁ ଅଭିରାମ ନନ୍ଦ ଏକକ ବଂଶୀ ବାଦନ କରିଥିଲେ। ତାଙ୍କୁ ତବଲାରେ ଗୁରୁ ବିଶ୍ବରଂଜନ ନନ୍ଦ ଏବଂ ସୋମ ଦେ ସରକାର ସହଯୋଗ କରିଥିଲେ। ବଂଶୀ ବାଦନରେ ଗୁରୁକୁଳର ଓଡ଼ିଶୀ ନୃତ୍ୟ ଶିଳ୍ପୀ ମାନେ ବୃନ୍ଦ ଓଡ଼ିଶୀ ନୃତ୍ୟରେ ଶିବ ତାଣ୍ଡବ ପରିବେଷଣ କରିଥିଲେ। ପରିଶେଷେ ପଦ୍ମଶ୍ରୀ ଗୁରୁ ଉତ୍ସବ ଚରଣ ଦାସ ଚଇତି ଘୋଡ଼ା ନାଟ ପରିବେଷଣ କରିଥିଲେ।

ସମ୍ପାଦକ ହିମାଂଶୁ ଶେଖର ସ୍ବାଇଙ୍କ ତତ୍ତ୍ଵାବଧାନରେ ସଂଯୋଜିତ ଏହି ଉତ୍ସବରେ ଗୁରୁ ରାମହରି ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଗୁରୁକୁଳର ଅଧ୍ୟକ୍ଷ ଗୁରୁ ଧନେଶ୍ଵର ସ୍ବାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।

 

 

Leave A Reply

Your email address will not be published.