Latest Odisha News

BREAKING NEWS

କାର୍ଯ୍ୟରୁ ନିଲମ୍ବିତ ହେଲେ ୬ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର : ଅଗ୍ନିଶମ ବିଭାଗର କିଛି କର୍ମଚାରୀଙ୍କ ପାଇଁ ୫ଟି ପରିବାର ଜଳି ପୋଡି ପାଉଁଶ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କାର୍ଯ୍ୟରେ ଅବହେଳା ଓ ବିଶୃଙ୍ଖଳିତ ଆଚରଣ ପାଇଁ ଆଜି ରାଜ୍ୟ ସରକାର ଆନ୍ଦୋଳନରତ ୬ଜଣ ଅଗ୍ନିଶମ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ।

କଟକସ୍ଥିତ ସେଣ୍ଟାଲ ରେଂଜ ଅଗ୍ନିଶମ ଅଧିକାରୀ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ଆନ୍ଦୋଳନ ଯୋଗୁଁ କିଛି ଧନଜୀବନ କ୍ଷତି ହୋଇଥିବା ନେଇ ଏଥିରେ ଉଲ୍ଲେଖ ରହିଛି ।

ସୋମବାର ଠାରୁ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ସାରା ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଓଡିଶା ପୋଲିସର ଏହି କର୍ମଚାରୀ ମାନେ ଦରମା ବୃଦ୍ଧି, ଚୁକ୍ତି ଭିତ୍ତିକ ନିଯୁକ୍ତି ସହିତ ପେନସନର ଦାବି ନେଇ ଆନ୍ଦୋଳନ କରୁଛନ୍ତି ।

ସୂଚନା ଅନୁଯାୟୀ କିଛି ଦାବି ନେଇ ଅଗ୍ନିଶମ ବିଭାଗର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଜରୁରିକାଳୀନ ପରିସ୍ଥିତିରେ ଲୋକମାନେ ସାଧାରଣରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ମୟୁରଭଞ୍ଜ ଜିଲ୍ଲାର ମୋରଡା ବ୍ଲକ ନିକଟସ୍ଥ ଡାକୋଇ ଗ୍ରାମର ଜଣେ ଶିଶୁ କୂଅରେ ପଡିଯାଇଥିଲେ ମଧ୍ୟ ଅଗ୍ନିଶମ ବିଭାଗର କାର୍ଯ୍ୟବନ୍ଦ ଯୋଗୁଁ କେହି ପହଞ୍ଚିନଥିଲେ ।

ଅନପ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲା ବସ୍ତାରେ ଅଗ୍ନିକାଣ୍ଡ ଘଟିଥିବାବେଳେ ଅଗ୍ନିଶମ ବିଭାଗକୁ ଫୋନ କରାଯାଇଥିଲେ ମଧ୍ୟ କେହି ପହଞ୍ଚି ନଥିଲେ ବୋଲି ସୁତ୍ରରୁ ପ୍ରକାଶ । ସେହିପରି ନୟାଗଡ ଜିଲ୍ଲାର ଶ୍ରୀରାମପୁର ଗାଁରେ ୫ଟି ଘରେ ନିଆଁ ଲାଗିଯାଇଥିଲା । ଏତେସବୁ ଜରୁରିକାଳୀନ ପରିସ୍ଥିତି ଥିଲେ ମଧ୍ୟ ଅଗ୍ନିଶମ ବିଭାଗ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲା ।

ଆହୁରି ମଧ୍ୟ ଆନ୍ଦୋଳନରତ ଏହି କର୍ମଚାରୀମାନଙ୍କ ପକ୍ଷରୁ ଏକ ଦଳ ଅଗ୍ନିଶମ ବିଭାଗର ଡିଜି ବିକେ ଶର୍ମାଙ୍କୁ ଭେଟି ସେମାନଙ୍କର ଦାବି ସମ୍ପର୍କରେ ଜଣାଇଛନ୍ତି । ତେବେ ଦାବି ପୂରଣ ନହେବା ଯାଏଁ କର୍ମଚାରୀମାନଙ୍କ ଆନ୍ଦୋଳନ ଜାରି ରହିବା ନେଇ ଜଣାପଡିଛି ।

Leave A Reply

Your email address will not be published.