Latest Odisha News

BREAKING NEWS

ହମାସ ଦମ୍ଭ ଭାଙ୍ଗଛି, ଯୁଦ୍ଧବିରାମ ଚର୍ଚ୍ଚା ନେଇ ପ୍ରସ୍ତୁତ

ଗାଜା: ଇସ୍ରାଏଲ ଘନ ଘନ ଆକ୍ରମଣରେ ହମାସର ଦମ୍ଭ ଭାଙ୍ଗିଛି । ଗାଜାରେ ଶାସନ କରୁଥିବା ଫିଲିସ୍ତିନୀ ସମୂହ ବିନା ସର୍ତରେ ଯୁଦ୍ଧ ବିରାମ ପାଇଁ ରାଜି ହୋଇଛନ୍ତି । ହମାସର ବରିଷ୍ଠ ନେତା ଇସମାଇଲ ହାନିୟେହ ଏହା କହିଛନ୍ତି । ଇସ୍ରାଏଲ ଆକ୍ରମଣ ରୋକିବା ପାଇଁ ଆମେ ସମସ୍ତ ପ୍ରକାଣ ବୁଝାମଣାରେ ରାଜି ବୋଲି ସେ କହିଛନ୍ତି । ଏପରିକି ଆମେ ଇସ୍ରାଏଲକୁ ମାନ୍ୟତା ଦେବା ପାଇଁ ମଧ୍ୟ ରାଜି ଅଛୁ । ପୂର୍ବରୁ ଇସ୍ରାଏଲ ଗୋଇନ୍ଦା ବିଭାଗ ସୂଚନା ଦେଇଛି ଯେ, ହମାସର ତୁଙ୍ଗ ନେତା କତାରରୁ ଅଜ୍ଞାତ ସ୍ଥାନକୁ ପଳାଇ ଯାଇଛନ୍ତି । ଲେବାନନ, ଇରାନ କିମ୍ବା ଆଲଜେରିଆରେ ସେମାନେ ଲୁଚିଥିବା ଅନୁମାନ କରାଯାଉଛି । ଅକ୍ଟୋବର ୭ ପରେ ହମାସ ପ୍ରଥମ ଥର ପାଇଁ ନରମିଛି ।

ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଯୁଦ୍ଧ ବିରାମ ସପକ୍ଷରେ ଅଧିକ ମତ ପଡିବାରୁ ହମାସ ଗୋଷ୍ଠୀ କିଛି ମାତ୍ରାରେ ଆଶ୍ୱସ୍ତି ହୋଇପଡିଛି । ଅପରପକ୍ଷରେ ହମାସର ସମ୍ପୂର୍ଣ୍ଣ ବିନାଶ ନ ହେବା ପର୍ଯ୍ୟନ୍ତ ସଂଗ୍ରହ ଜାରୀ ରହିବ ବୋଲି ଇସ୍ରାଏଲ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି । ଇସ୍ରାଏଲ ସେନା ଏବେ ସମୁଦ୍ର ଜଳ ଗାଜାରେ ଟନେଲ ମଧ୍ୟକୁ ଛାଡି ଅନ୍ୟ ଆତଙ୍କବାଦୀଙ୍କୁ ଧରିବା ପାଇଁ ଉଦ୍ୟମ କରୁଛନ୍ତି ।

Leave A Reply

Your email address will not be published.