Latest Odisha News

ଡି କକ୍‌, କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ବାଂଲାଦେଶ ସମ୍ମୁଖରେ ୩୮୩ ରନର ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା

ୱାଙ୍ଖେଡ: ଦିନିକିଆ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର କ୍ୱିଂଟନ ଡିକକଙ୍କ ବିସ୍ଫୋରକ ଶତକ ଏବଂ ହେନରିକ କ୍ଲାସେନଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସହାୟତାରେ ଦକ୍ଷିଣ ଆଫ୍ରିକା ୩୮୩ ରନର ବିଜୟ ଲକ୍ଷ୍ୟ ବାଂଲାଦେଶ ସମ୍ମୁଖରେ ରଖିଛି । ଡି କକ ୧୪୦ ବଲରେ ୧୫ ଚୌକା ଓ ୭ ଛକା ସହାୟତାରେ ୧୭୪ ରନ କରିଥିବା ବେଳେ କ୍ଲାସେନ ୪୯ ବଲରେ ୨ ଚୌକା ଓ ୮ଛକା ବଳରେ ୯୦ ରନ କରି ଶତକ ହାସଲରୁ ବଂଚିତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇଡେନ ମାର୍କରାମ ୬୦ ଓ ଡେଭିଡ ମିଲର ୩୪ ରନ କରି ନଟଆଉଟ ରହିଥିଲେ । ବାଂଲାଦେଶ ପକ୍ଷରୁ ହାସନ ମେହମୁଦ ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ ।

ଟସ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ଶେଷ ୧୦ ଓଭରରେ ଦକ୍ଷିଣ ଆଫ୍ରିକା ୧୪୪ ରନ ସଂଗ୍ରହ କରିଥିଲା । ୪ଟି ମ୍ୟାଚରେ ୬ ପଂଏଟ ହାସଲ କରିଥିବା ଦକ୍ଷିଣ ଆଫ୍ରିକା ଏହି ମୁକାବିଲାକୁ ଜିତି ନକଆଉଟ ପର୍ଯ୍ୟାୟ ଆଶାକୁ ମଜୁଭତ କରିବ । ଆଘାତ ସମସ୍ୟା ଯୋଗୁ ଭାରତ ବିପକ୍ଷ ମ୍ୟାଚ ଖେଳି ପାରି ନ ଥିବା ଶକୀବ ଉଲ ହାସନ ବାଂଲାଦେଶ ଚୂଡାନ୍ତ ଏକାଦଶକୁ ପ୍ରତ୍ୟାବର୍ତନ କରିଛନ୍ତି ।

Leave A Reply

Your email address will not be published.