Latest Odisha News

BREAKING NEWS

ରୋହିତ, ହରଭଜନଙ୍କ ବାହାଘରରେ ଧାୱନ କେତେ ଟଙ୍କା ଦେଇଥିଲେ ଶୁଣିଲେ ଚକିତ ହୋଇଯିବେ

ମୁମ୍ବାଇ: ରୋହିତ ଶର୍ମା ଓ ଶିଖର ଧାୱନଙ୍କ ବନ୍ଧୁତା ବିଷୟରେ କିଏ ବା ନ ଜାଣେ । ଉଭୟ ଭାରତ ପକ୍ଷରୁ ଖେଳି ଅନେକ ରେକର୍ଡ ସୃଷ୍ଟି କରିଛନ୍ତି । ହରଭଜନ ସିଂଙ୍କ ୟୁ ଟ୍ୟୁବ ଚ୍ୟାନେଲରେ ଶିଖରଙ୍କୁ ନେଇ ରୋହିତ ଏବଂ ଭଜି ଏକ ମଜାଦାର ଖୁଲାସା କରିଛନ୍ତି । ରୋହିତ ଏବଂ ତାଙ୍କ ପତ୍ନୀ ରିତିକା ଏହି ଶୋରେ କହିଥିଲେ, ବିନା ନିମନ୍ତ୍ରଣରେ ଶିଖର ଆମ ବାହାଘରକୁ ଆସିଥିଲେ । ଖାଇଲେ, ପିଇଲେ ଓ ନାଚିକୁ ପରିବେଶକୁ ମଜାଦାର କରିଦେଲେ । ଗଲା ବେଳକୁ ସେ ରୋହିତଙ୍କୁ କିଛି ଗିଫ୍ଟ ଦେଇ ନ ଥିଲେ । ସେହିପରି ଭଜିଙ୍କ ବାହାଘରରେ ମଧ୍ୟ ମଜା କରିବା ପରେ ଗଲାବେଳକୁ ତାଙ୍କ ପକେଟରେ ଲଫାପା ରଖିଥିଲେ ।

ପରେ ଭଜି ଏହାକୁ ଖୋଲିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏଥିରେ ଟଙ୍କାଟିଏ ବି ନ ଥିଲା । ସମ୍ପୂର୍ଣ୍ଣ ଖାଲି ଲଫାପା ଦେଇ ସେ ଠକି ଦେଇଥିଲେ । ଉଭୟ ରୋହିତ ଏବଂ ଭଜି କିନ୍ତୁ କହିଥିଲେ ଶିଖର ଆମର ପ୍ରିୟ ବନ୍ଧୁ । ତାଙ୍କ ସ୍ଥାନ କେହି ନେଇପାରିବେ ନାହିଁ । ବନ୍ଧୁଙ୍କ ଖରାପ ପରିସ୍ଥିିତିରେ ସେ ଠିଆ ହୋଇଥାନ୍ତି । ଏବେ ଶିଖର କ୍ରିକେଟରୁ ଅବସର ନେଇସାରିଛନ୍ତି । ପତ୍ନୀଙ୍କ ସହ ଛାଡପତ୍ର ହେବା ପରେ ଏବେ ସେ ଆୟର୍ଲାଣ୍ଡର ସୋଫି ସାଇନଙ୍କ ସହ ରିଲେଶନରେ ଅଛନ୍ତି । ଅପରପକ୍ଷରେ ରୋହିତ ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି ।

Comments are closed.