Latest Odisha News

BREAKING NEWS

ଆତ୍ମସମର୍ପଣ କଲା କୁଖ୍ୟାତ ମାଓବାଦୀ ସାମାୟା ମାଡକାମ

କନ୍ଧମାଳ: କନ୍ଧମାଳ ପୋଲିସକୁ ବଡ ସଫଳତା । ଆତ୍ମସମର୍ପଣ କଲା କୁଖ୍ୟାତ ମାଓବାଦୀ ସାମାୟା ମାଡକାମ । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ । ସାମାୟା ମାଡକାମ କେକେବିଏନ ସଙ୍ଗଠନର ଡିଭିଜନାଲ କମିଟି ମେମ୍ବର ଥିବା ସୂଚନା ମିଳିଛି । କେକେବିଏନ ଡିଭିଜନର ଅଷ୍ଟମ କମ୍ପାନୀର ପ୍ରଥମ ପ୍ଲାଟୁନରେ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲା ସାମାୟା ମାଡକାମ ।

ସୂଚନା ଅନୁସାରେ, ସାମାୟାଙ୍କ ଘର ଛତିଶଗଡ଼ ରାଜ୍ୟର ସୁକମା ଜିଲା ଅନ୍ତର୍ଗତ କିସ୍ତାରାମ ଥାନାର ମଙ୍ଗଳଗୁଡା ଗ୍ରାମରେ। ସେ ୨୦୦୫ ମସିହାରେ ମାତ୍ର ୧୦ ବର୍ଷ ବୟସରେ ମାଓ ସଙ୍ଗଠନରେ ସାମିଲ ହୋଇଥିଲା। ଛତିଶଗଡ଼ର ବିଭିନ୍ନ ସଙ୍ଗଠନରେ କାର୍ଯ୍ୟ କରିବା ପରେ ସେ ଦୁଇ ବର୍ଷ ତଳେ କେକେବିଏନ ସଙ୍ଗଠନରେ ସାମିଲ ହୋଇ ଓଡ଼ିଶା ଆସିଥିଲା। ସେ ବିଭିନ୍ନ ହିଂସାତ୍ମକ କାର୍ଯ୍ୟକଳାପରେ ଲିପ୍ତ ଥିବାବେଳେ ତା’ ନାମରେ କନ୍ଧମାଳ, ବୌଦ୍ଧ ଓ ନୂଆପଡା ଜିଲାରେ ୧୭ରୁ ଅଧିକ ମାମଲା ରହିଥିବା ଆଇଜି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଥଇଥାନ ଯୋଜନା ଦ୍ବାରା ଆକୃଷ୍ଟ ହେବା ସହ ମାଓ ସଙ୍ଗଠନର ଜନବିରୋଧୀ କାର୍ଯ୍ୟକଳାପ ପ୍ରତି ବିତସ୍ପୃହ ହୋଇ ଆତ୍ମସମର୍ପଣ କରିଥିବା କହିଛି ମାଓନେତା ସାମାୟା।

Leave A Reply

Your email address will not be published.