Latest Odisha News

BREAKING NEWS

‘୧୦ ବର୍ଷରେ ୨୨ ଲୋକଙ୍କୁ ଅରବପତି କରିଛନ୍ତି ମୋଦି, ଆମେ କୋଟିଏ ଲୋକଙ୍କୁ ଲକ୍ଷପତି କରିବୁ’

ରାଞ୍ଚି: ଝାଡଖଣ୍ଡର ଚାଇବାସାରେ ଏକ ନିର୍ବାଚନୀ ସଭାକୁ ସମ୍ଭୋଧିତ କରିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ମୋଦି ଆଦିବାସୀଙ୍କ ଜଳ, ଜଙ୍ଗଲ ଏବଂ ଜମି କୁ ଶିଳ୍ପପତିଙ୍କୁ ଦେଇଦବାକୁ ଚାହୁଁଛନ୍ତି । ୧୦ ବର୍ଷ ର ଶାସନକାଳ ଭିତରେ ମୋଦି ୨୨ ଜଣଙ୍କୁ ଅରବପତି କରିଛନ୍ତି । ତେଣୁ ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦେଶର କୋଟି କୋଟି ଲୋକଙ୍କୁ ଲକ୍ଷପତି କରିବାକୁ ପ୍ରତିଶୃତି ଦେଇଛନ୍ତି ରାହୁଲ ।

ରାହୁଲ ଆହୁରି କହିଛନ୍ତି, କଂଗ୍ରେସ କ୍ଷମତାକୁ ଆସିବା ପରେ ପ୍ରଥମେ ଗରିବ ପରିବାରର ତାଲିକା ପ୍ରସ୍ତୁତ କରିବ । ସେ କହିଛନ୍ତି ଯେ ଏହି ଲୋକସଭା ନିର୍ବାଚନ ହେଉଛି ସମ୍ବିଧାନ ତଥା ଆଦିବାସୀ, ଗରିବ ଏବଂ ପଛୁଆ ଲୋକଙ୍କ ଅଧିକାର ବଞ୍ଚାଇବା । ଇଣ୍ଡିଆ ମେଣ୍ଟର ନେତା ସମ୍ବିଧାନକୁ ରକ୍ଷା କରିବା ପାଇଁ ନିଜ ଜୀବନର ବଳିଦାନ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ।

ରାହୁଲ ଗାନ୍ଧୀ ସମାବେଶକୁ ସମ୍ବିଧାନ ପୁସ୍ତକ ଦେଖାଇ କହିଥିଲେ ଯେ, ଏହା ହେଉଛି ଦେଶର ସ୍ୱର । ବିଜେପି ନେତାମାନେ ଏହାକୁ ଚିରି ଫିଙ୍ଗିଦେବାକୁ ଚାହୁଁଛନ୍ତି । ଆପଣମାନେ ଯାହା ପାଇଛନ୍ତି, ଏହି ପୁସ୍ତକ ଆପଣଙ୍କୁ ଦେଇଛି । ସମ୍ବିଧାନରୁ ହିଁ ଆପଣଙ୍କୁ ଆରକ୍ଷଣ ମିଳିଥାଏ । ସମ୍ବିଧାନ ମାଧ୍ୟମରେ ଚାକିରି ମିଳୁଛି, ସମ୍ବିଧାନ ରୁ ହିଁ ଶିକ୍ଷା ମିଳୁଛି । ଯଦି ଏହା କୁ ହଟାଇ ଦିଆଯାଏ ତେବେ ଆଦିବାସୀମାନଙ୍କର ସବୁ କିଛି ଚାଲିଯିବ । ସବୁକିଛି ୧୦ ରୁ ୧୫ ଅରବପତିଙ୍କ ହାତକୁ ଟାଲିଯିବ । ସମ୍ବିଧାନର ସୁରକ୍ଷା ପାଇଁ ଆମେ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ । ଆଦିବାସୀ ହେଉଛନ୍ତି ଦେଶର ପ୍ରଥମ ମାଲିକ ବୋଲି ରାହୁଲ କହିଛନ୍ତି ।

Leave A Reply

Your email address will not be published.