Latest Odisha News

ହସ୍ତ ଉତ୍ଥାନ ଆସନ: ଶ୍ବାସ ରୋଗ ପାଇଁ ଲାଭଦାୟକ

ଭୁବନେଶ୍ବର: ଶ୍ବାସ ରୋଗ ଏହି ଶୀତ ଦିନେ ଓ ବର୍ଷା ଦିନେ ବେଶୀ ଦେଖାଯାଏ । ଏହି ରୋଗରେ ପୀଡିତ ରୋଗୀ ଶ୍ବାସପ୍ରଶ୍ବାସ ନେବାକୁ କଷ୍ଟ ଅନୁଭବ କରନ୍ତି । ଏହି ଆଜମା ରୋଗ ହେବାର କୌଣସି ବିଶେଷ କାରଣ ନାହିଁ । ଆଲର୍ଜି, ବଂଶାନୁଗତ କାରଣ, ଚିନ୍ତା, ଭୟ, ଉଦବେଗ ରୋଗର କାରଣ ଥାଏ । ତେବେ କିଛି ଏପରି ଆସନ ଅଛି ଏହା କରିବା ଦ୍ବାରା ଶ୍ବାସ ରୋଗରୁ କିଛିଟା ନସ୍ତାର ମିଳିଥାଏ । ହସ୍ତ ଉତ୍ଥାନ ଆସନ ଶ୍ବାସ ରୋଗରେ  ଧୀରେ ଧୀରେ ସୁଧାର ଆଣିଥାଏ ।

 

ପାଦ ଏକାଠି ରଖି ସିଧା ଠିଆ ହୁଅନ୍ତୁ । ହାତ ଦୁଇ ପାର୍ଶ୍ବରେ ରଖନ୍ତୁ । ଶରୀରକୁ ଢିଲା ରଖନ୍ତୁ । ନିଶ୍ବାସ ନେଇ ଦୁଇ ହାତକୁ ମୁଣ୍ଡ ଉପରକୁ ଉଠାନ୍ତୁ । ଧୀରେ ଧୀରେ ମୁଣ୍ଡ, କାନ୍ଧ, ବାହୁକୁ ପଛକୁ କରିବାକୁ ଚେଷ୍ଟା କରନ୍ତୁ । କିଛି ସମୟ ସେହି ସ୍ଥିତିରେ ରହନ୍ତୁ । ନିଶ୍ବାସ ଛାଡି ହାତକୁ ମୁଣ୍ଡ ସିଧାକୁ ଆଣିବା ସହ ଧୀରେଧୀରେ ହାତକୁ ତଳକୁ କରି ଶରୀରର ପାର୍ଶ୍ବରେ ରଖନ୍ତୁ । ଏହିଭଳି ପାଞ୍ଚରୁ ଦଶଥର କରନ୍ତୁ ।

 

ପ୍ରଥମ ଥର କରୁଥିଲେ ଧୀରେ ଧୀରେ ଆସନର ସମୟ ବଢାନ୍ତୁ ।

Comments are closed.