Latest Odisha News

BREAKING NEWS

ଏଠି ଦାମୀ କାରରେ ଆସି ଭିକ ମାଗନ୍ତି ଭୀକାରୀ

ଲଣ୍ଡନ: ସାଧାରଣତଃ ଭିକାରୀମାନେ ମନ୍ଦିର ଆଗରେ, ଦୋକାନବଜାର, ଘର ଘର ବୁଲି ଭିକ ମାଗିଥାନ୍ତି । ଆଉ ସେମାନଙ୍କ ପୋଷାକରୁ ଜଣାପଡ଼ନ୍ତି ଯେ ସେମାନେ ଭିକାରୀ । ସେମାନେ ଭଙ୍ଗାଦଦରା ଘର ବା ପଲିଥିନ ତଳେ କିମ୍ବା ରାସ୍ତା କଡ଼ରେ ରହିଥାନ୍ତି । ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ ଲଣ୍ଡନରେ । ଏଠାକାର ଭୀକାରୀମାନେ ଆପଣଙ୍କଠାରୁ ଅଧିକ ଧନୀ । ସେମାନେ ଭିକ ମାଗିବାକୁ ଦାମୀ କାରରେ ଆସନ୍ତି ଓ ବଙ୍ଗଳାରେ ରୁହନ୍ତି । ଏମାନଙ୍କର ସତ୍ୟତା ଜାଣିଲେ ଆପଣଙ୍କ ମୁଣ୍ଡ ଘୂରେଇ ଦେବ ।

BjdElectrycity

ଲଣ୍ଡନର ବିଭିନ୍ନ ରାସ୍ତାରେ ଭିକାରୀମାନେ ଭିକ ମାଗିଥାନ୍ତି । ଏହିି ଭିକାରୀମାନେ ଗୋଟେ ଗୋଟେ ଗ୍ୟାଙ୍ଗରେ କାମ କରନ୍ତି । ଲୋକଙ୍କୁ ବୋକା ବନେଇ ସେମାନେ ରୋଜଗାରକୁ ଦ୍ୱିଗୁଣିତ କରିଥାନ୍ତି । ଏମାନେ ବୃତ୍ତିଗତ ଭିକାରୀ, ଯେଉଁମାନେ ସମସ୍ତ କାର୍ଯ୍ୟକୁ ଅତି ଚତୁରତାର ସହ କରିପାରନ୍ତି । ଏମାନେ ପ୍ରକୃତ ଭିକାରୀମାନଙ୍କ ପାଖରେ ବସି ଭିକ ମାଗିଥାନ୍ତି । ପାଖରେ ଗୋଟେ ଗୋଟେ କାର୍ଡବୋର୍ଡ ରଖନ୍ତିି, ଯେଉଁଥିରେ ଅନେକ ପ୍ରକାରର ଜିନିଷ ଲେଖାଯାଇଥାଏ । ସେମାନେ ନିଜକୁ ବହୁତ ଅସହାୟ ଦେଖାନ୍ତି । ବାସ୍ତବରେ ସେମାନଙ୍କର ଅର୍ଥର କୌଣସି ଅଭାବ ନ ଥାଏ ।
ଏହି ଭିକାରୀମାନେ ଘରୁ ଦାମୀ ପୋଷାକ ପିନ୍ଧି ଦାମୀ କାରରେ ଭିକ ମାଗିବା ଆସିଥାନ୍ତି । ଭିକ ମାଗିବା ସ୍ଥାନରେ ପହଞ୍ôଚବା ପୂର୍ବରୁ ଗାଡ଼ିରେ ଚିରାଫଟା ଡ଼୍ରେସ ପିନ୍ଧି ପ୍ରକୃତ ଭିକାରୀଙ୍କ ପାଖରେ ଖଣ୍ଡେ କାଗଜ ଧରି ବସିଯାନ୍ତି । ସେହି କାଗଜରେ ଜାଣିଶୁଣି ବନାନ ଭୁଲ କରିଥାନ୍ତି । ଯେମିତି ସେମାନେ ଗୋଟେ ଗୋଟେ ଅଶିକ୍ଷିତ । ସେମାନଙ୍କ ବେଶଭୂଷା, ହାବଭାବ ଦେଖିଲେ କେହି ବି ସନ୍ଦେହ କରିପାରିବେ ନାହିଁଁ । ଏହି ଭିକାରୀମାନେ ସାଧାରଣତଃ ରୋମାନିଆରୁ ଆସିଛନ୍ତି । ଏମାନେ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଭିକ୍ଷ ମାଗିଥାନ୍ତି । ଏହା ପରେ ସେମାନେ ନିଜ ଗାଡିରେ ବସି ବଙ୍ଗଳାକୁ ଚାଲି ଯାଆନ୍ତି । ଦିନରେ ଭିକମାଗିବା ସମୟରେ ଭିନ୍ନ ଜିନିଷ ଉପରେ ନଜର ପକାନ୍ତି । ପରେ ସେଠାରେ ଲୁଟ୍ ବି କରନ୍ତି । ଅନ୍ୟ ସମୟରେ ଏହି ପେଶାଦାର ଭିକାରୀଙ୍କୁ ଡିଜାଇନର୍ ପୋଷାକରେ ମଧ୍ୟ ଦେଖିବାକୁ ମିଳିଥାଏ ।

ସେଠାକାର ବିଭିନ୍ନ ଗଣମାଧ୍ୟମରେ ଏ ସମ୍ପର୍କୀତ ବାସ୍ତବତା ଜଣାପଡ଼ିବା ପରେ ସ୍ଥାନୀୟ ପ୍ରଶାସନ ତତ୍ପର ହୋଇଉଠିଛି । ଏବେ ଭିକାରୀଙ୍କ ଯାଞ୍ଚ କରାଯାଉଛି ।

Leave A Reply

Your email address will not be published.