Latest Odisha News

BREAKING NEWS

ଗ୍ୟାସ୍ ଲଗେଇ ଆତ୍ମହତ୍ୟା କଲେ ପୂରା ପରିବାର; ମିଳିଲା ଛାତିଥରା ସୁଇସାଇଡ ନୋଟ୍

ଭୁବନେଶ୍ୱର: ଜାତୀୟ ରାଜଧାନୀ ଦିଲ୍ଲୀର ବସନ୍ତ ବିହାରରେ ଶନିବାର ଗୋଟିଏ ପରିବାର ଏକତ୍ର ଆତ୍ମହତ୍ୟା କରିଛନ୍ତି । ଜଣେ ୫୦ ବର୍ଷୀୟ ମହିଳା ଏବଂ ତାଙ୍କର ଦୁଇ ଝିଅ ଏକା ସାଙ୍ଗେ ଆତ୍ମହତ୍ୟା କରିଛନ୍ତି । ସେମାନେ ହେଉଛନ୍ତି- ମଞ୍ଜୁ ଶ୍ରୀବାସ୍ତବ ଏବଂ ତାଙ୍କ ଝିଅ ଅଂଶିକା ଓ ଅଙ୍କୁ । ଆତ୍ମହତ୍ୟାର ତରିକା ବେଶ୍ ଭୟଙ୍କର ।

ପୂରା ଘରେ ଧୂଆଁ ଭର୍ତ୍ତି କରି ତିନି ମହିଳା ଆତ୍ମହତ୍ୟା କରିଛନ୍ତି । ରୋଷେଇ ଗ୍ୟାସ୍ ସିଲିଣ୍ଡର ଖୋଲା ରଖି ଏକ କୋଇଲା ଖଣ୍ଡରେ ନିଆଁ ଲଗେଇଥିଲେ । ଘର ବାହାରକୁ ଧୂଆଁ ନଯିବା ପାଇଁ ସିଲଭର ଫଏଲ ଖୋଳପା ତିଆରି କରି ଝରକା କବାଟ ସବୁ ସିଲ୍ କରିଦେଇଥିଲେ ।

 

ଏହି ତରିକା ଠାରୁ ଆହୁରି ଛାତିଥରା କଥା ହେଉଛି ସୁଇସାଇଡ୍ ନୋଟ୍ । ‘ଭୟାନକ ଗ୍ୟାସ୍, ଦିଆସିଲି ଜଳାନ୍ତୁ ନାହିଁ କି ନିଶ୍ୱାସ ନେବାକୁ ଚେଷ୍ଟା କରନ୍ତୁ ନାହିଁ, ଘର ସାରା କାର୍ବନ ମନୋକ୍ସାଇଡ ଭର୍ତ୍ତି’ ବୋଲି ସୁଇସାଇଡ ନୋଟ୍ ରେ ଉଲ୍ଲେଖ ରହିଛି ।

ପୋଲିସ୍ ତଦନ୍ତ ଜାରି ରହିଛି ଏବଂ ଆତ୍ମହତ୍ୟା କାରଣ ସ୍ପଷ୍ଟ ହୋଇନି । ପଡ଼ୋଶୀ ଏବଂ ଘରୋଇ ସହାୟିକାଙ୍କ କଥା ଅନୁସାରେ, ଗତ ବର୍ଷ ମଞ୍ଜୁଙ୍କ ପତି କୋଡିଭରେ ପ୍ରାଣ ହରାଇଥିଲେ । ତା’ ପରଠୁ ସବୁ ପରିବାର ମାନସିକ ଭାରାକ୍ରାନ୍ତ ହୋଇପଡ଼ିଥିଲେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.