Latest Odisha News

BREAKING NEWS

ପିପିଲି ଉପନିର୍ବାଚନ ପାଇଁ ସଜବାଜ ,ବୁଥ୍ କୁ ଗଲେ ପୋଲିଂ ପାର୍ଟି

ପିପିଲି : ଆଉ ଦିନକ ପରେ ପିପିଲି ଭୋଟ୍ । ଆଜି ପୁଲିଂ ପାର୍ଟିମାନେ ନିଜ ନିଜ ବୁଥ୍ କୁ ଯାଇଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ସମୁଦାୟ ୩୪୮ ଟି ବୁଥ୍ ମଧ୍ୟରୁ ୧୦୨ ଟି ଅତିସମ୍ବେଦନଶିଳ ବୁଥ୍ ହୋଇଥିବାବେଳେ । ଏଠାରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି । ଦିବ୍ୟାଙ୍ଗ ଭୋଟରଙ୍କ ମତ ଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।

ଆଜି ସକାଳୁ ପେଣ୍ଠକଟା ୱେର ହାଉସ ଠାରେ ପୁଲିଂ ପାର୍ଟି ମାନେ ଭିଡ ଜମାଇଥିଲେ। ସକାଳ ୬ ଟାରୁ ୧୦ ଟା ପର୍ଯ୍ୟନ୍ତ ପ୍ରଥମ, ୧୦ ଟାରୁ ୧ ଟା ପର୍ଯ୍ୟନ୍ତ ଦ୍ୱିତୀୟ ଓ ଅପରାହ୍ନ ୧ ଟାରୁ ୪ ଟା ପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ ପୁଲିଂ ପାର୍ଟି ମାନେ ନିଜ ନିଜ ବୁଥକୁ ଯାଇଛନ୍ତି। ପ୍ରତି ପୁଲିଂ ପାର୍ଟିରେ ସୁରକ୍ଷା କର୍ମୀଙ୍କ ସହ ୫ ଜଣ ରହିଥିବା ବେଳେ ଅତିରିକ୍ତ ୭୦ ଟି ପୁଲିଂ ପାର୍ଟି ରିଜର୍ଭ ରଖାଯାଇଛି।

ପ୍ରତି ପୁଲିଂ ପାର୍ଟି ପାଇଁ ଗାଡିର ବ୍ୟବସ୍ଥା କରାଯାଇଥିଲା। ତେବେ ପୁଲିଂ ପାର୍ଟି ଯିବା ସମୟରେ ବର୍ଷା ସାମାନ୍ୟ ବାଧକ ସାଜିଥିଲା। ପୁଲିଂ ପାର୍ଟି ମାନେ ୧୦ ଟି ସିଙ୍ଗଲ ୱିଣ୍ଡୋ କାଉଣ୍ଟରରୁ ଇଭିଏମ ମେସିନ୍, ଭିଭିପାଟ ସହ ଆବଶ୍ୟକୀୟ ଉପକରଣ ସଂଗ୍ରହ କରିଥିଲେ। ପିପିଲି ବିଧାନସଭା ପାଇଁ ୨ ଲକ୍ଷ ୨୯ ହଜାର ୯୯୮ ଜଣ ମତଦାତା ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ୩୦ ତାରିଖ ସକାଳ ୬.୩୦ ରେ ମକ୍ ପୁଲିଂ ପରେ ୭ଟାରୁ ମତଦାନ ଆରମ୍ଭ ହେବ। ୨୦ ଟି ଆଦର୍ଶ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ୩୪୮ ଟି ବୁଥ୍ ମଧ୍ୟରୁ ୧୦୨ ଟି ଅତି ସମ୍ବେଦନଶୀଳ ଓ ୭୩ ଟି ସମ୍ବେଦନଶୀଳ ବୁଥକୁ ମିଶାଇ ୧୭୫ ଟି ବୁଥରେ ୱେବ୍ କାଷ୍ଟିଂ ଓ ୧୨ ଟି ବୁଥରେ ଭିଡିଓ ଉତ୍ତୋଳନର ବ୍ୟବସ୍ଥା କରାଯାଇଛି। ୨୩ ଟି ବୁଥରେ ମାଇକ୍ରୋ ପର୍ଯ୍ୟବେକ୍ଷକ ଅବସ୍ଥାପିତ ହୋଇଛନ୍ତି।

ଦିବ୍ୟାଙ୍ଗ ଭୋଟରଙ୍କୁ ମତଦାନ କେନ୍ଦ୍ରକୁ ନେବାଆଣିବା କରିବା ପାଇଁ ସ୍ବତନ୍ତ୍ର ଗାଡିର ବ୍ୟବସ୍ଥା କରାଯାଇଛି। ଜିଲ୍ଲାପାଳ ସମର୍ଥ ବର୍ମା ପିପିଲି ବିଧାନସଭା ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ପ୍ରମୁଖ ୱେର ହାଉସରେ ପହଞ୍ଚି ପୁଲିଂ ପାର୍ଟିଙ୍କୁ ମତଦାନ କେନ୍ଦ୍ରକୁ ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ।ଉପନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ୧୯୮୩ ଜଣ ସୁରକ୍ଷାକର୍ମୀ ଓ ୩୨ ଟି ମୋବାଇଲ ଟିମ୍ ନିୟୋଜିତ ହୋଇଛନ୍ତି।

ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ଥିବା ଅତି ସମ୍ବେଦନଶୀଳ ଓ ସମ୍ବେଦନଶୀଳ ବୁଥ୍ ପାଇଁ କେନ୍ଦ୍ର ଅର୍ଦ୍ଧସାମରିକ ବାହିନୀ ସହ ସଶସ୍ତ୍ର ପୋଲିସ ମୁତୟନ ହୋଇଛନ୍ତି। ମୋଟ ୨ ହଜାରରୁ ଅଧିକ ପୁଲିଂ କର୍ମଚାରୀ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ହୋଇଛନ୍ତି। ଆସନ୍ତା ୩ ତାରିଖରେ ପୁରୀ ପେଣ୍ଠକଟା ୱେର ହାଉସ ଠାରେ ଭୋଟ ଗଣତି କରାଯିବ।

Leave A Reply

Your email address will not be published.