Latest Odisha News

କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ: ଏଚଡି ରେଭନ୍ନାଙ୍କୁ ଗିରଫ କଲା ଏସିଆଇଟି

ବେଙ୍ଗାଲୁର: ବହୁ ଚର୍ଚ୍ଚିତ କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ଘଟଣାରେ ଶନିବାର କର୍ଣ୍ଣାଟକ ପୋଲିସର ଏସଆଇଟି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ପୁଅ ତଥା ଜେଡିଏସ ନେତା ଏଚଡି ରେଭନ୍ନାଙ୍କୁ ଗିରଫ କରିଛି । ଦେବଗୌଡାଙ୍କ ପଦ୍ମନାଭନଗରରେ ଥିବା ବାସଭବନରେ ପୋଲିସ ପଂହଚି ଗିରଫ କରିଥିଲା । ମୌସୁରରେ ଦୁଷ୍କର୍ମର ଶୀକାର ହୋଇଥିବା ଜଣେ ମହିଳାଙ୍କ ଅପହରଣ ହୋଇଥିବା ମାମଲା ରୁଜୁ ହୋଇଥିଲା । କଥିତ ସେକ୍ସ ଭିଡିଓ ସାମ୍ନାକୁ ଆସିବା ପରେ ଏହି ମହିଳାଜଣଙ୍କ ନିଖୋଜ ହୋଇ ଯାଇଥିଲେ । ତାଙ୍କ ମାଆ ଥାନାରେ ଅପହରଣ ମାମଲା ରୁଜୁ କରିଥିଲେ ।

BjdElectrycity

ପୋଲିସ ଏହାର ତଦନ୍ତ କରି ରେଭନ୍ନାଙ୍କ ନିକଟତମ ବ୍ୟକ୍ତି ସତୀଶ ବଚନ୍ନାଙ୍କୁ ଗିରଫ କରିଥିଲା । ଏସଆଇଟି ପକ୍ଷରୁ ରେଭନ୍ନାଙ୍କୁ ୨ ଥର ନୋଟିସ ଦି ଯାଇଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ । ଗିରଫରୁ ବର୍ତିବା ପାଇଁ ସେ ଅଗ୍ରୀମ ଜାମିନ ଆବେଦନ କରିଥିଲେ । ତେବେ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ । ପୂର୍ବରୁ ରେଭନ୍ନା ଓ ତାଙ୍କ ପୁଅ ପ୍ରଜ୍ଜ୍ୱଳଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରୀ ହୋଇଥିଲା ।

Leave A Reply

Your email address will not be published.