Latest Odisha News

BREAKING NEWS

ଗୁଣୁପୁରରୁ ନବୀନ ସରକାର ଉପରେ ବର୍ଷିଲେ ସାଂସଦ ବିପ୍ଳବ କୁମାର ଦେଓ

ଗୁଣୁପୁର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗୁଣୁପୁରରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମୀ ସମ୍ମିଳନୀରେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ବିପ୍ଳବ କୁମାର ଦେଓ ଯୋଗଦେଇ ନବୀନ ସରାକର ଓ 5-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନଙ୍କ ଉପରେ ଗର୍ଜିଛନ୍ତି ।

BjdElectrycity

ସେ କହିଛନ୍ତି, ବର୍ତ୍ତମାନ ହିଁ ପ୍ରକୃତ ସମୟ ଆସିଛି କେଳେଙ୍କାରୀ ପାଣ୍ଡିଆନ ବାବୁ ର ପ୍ରକୃତ ମୁଖା ଖୋଲିବାର । ତେଣୁ ଜନତାଙ୍କୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଙ୍କ ଡବଲ ଇଞ୍ଜିନ ସରକାର ଗଠନ କରିବା ସହ ସମସ୍ତ ଭୋଟର ଦୁଇଟି ପଦ୍ମ ଫୁଲରେ ବଟନ୍ ଦବେଇ ଭୋଟ୍ ଦେବାକୁ ନିବେଦନ କରିଛନ୍ତି ।

ବିପ୍ଳବ ଦେଓ ଆହୁରି କହିଛନ୍ତି ଯେ, ଓଡିଶାରେ କ’ଣ କେହି ଯୋଗ୍ୟ ବ୍ୟକ୍ତି ନାହାନ୍ତିଯେ ନବୀନ ବାବୁ ଓ ପାଣ୍ଡିଆନଙ୍କୁ ଓଡିଶା ର ଗୁରୁ ଦାୟିତ୍ୱ ଦେଉଛନ୍ତି ଲୋକେ ବୋଲି ସେ ପ୍ରଶ୍ନ କରିଛନ୍ତି । ନବୀନ ବାବୁ ଙ୍କୁ ଖୋଲା ଚାଲେଞ୍ଜ କରିବା ସହ ବର୍ତ୍ତମାନ ଲୋକେ ମୋଦିଜୀ ଙ୍କ ବିଜେପି ସରକାର କୁ ଭୋଟ୍ ଦେଇ ଡବଲ ଇଞ୍ଜିନ ର ସରକାର ଗଠନ କରିବା ସହ ‘ଅବ କି ବାର୍ ୪୦୦ ପାର୍’ ଉପରେ ମତ ସାବ୍ୟସ୍ତ କରନ୍ତୁ ବୋଲି ସେ କହିଥିଲେ ।

ଏହି କର୍ମୀ ସମ୍ମିଳନୀରେ କୋରାପୁଟ ଲୋକସଭା ସାଂସଦ ପ୍ରାର୍ଥୀ କାଳିରାମ ମାଝୀ, ଗୁଣୁପୁର ବିଧାନସଭା ବିଧାୟକ ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ, ଜିଲ୍ଲାସଭାପତି ଶିବ ପଟ୍ଟନାୟକ, ଗୁଣୁପୁର ବିଧାନସଭା ସଂଯୋଜକ ପ୍ରମୋଦ କୁମାର ସାହୁ, ପ୍ରଭାରୀ ଶିବାଜୀ ଦାସ, ୱାଇ ଗଣପତି ବିଦ୍ୟା ଶବର ଓ ଶତାଧିକ ଭାଜପା କର୍ମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.