Latest Odisha News

BREAKING NEWS

ବାୟୁସେନା ବାହନ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ: ୫ ଯବାନ ଆହତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଂଛରେ ଆତଙ୍କବାଦୀମାନେ ବାୟୁସେନା ବାହନ ଉପରେ ଆକ୍ରମଣ କରିଛନ୍ତି । ସୁରାନକୋଟରେ ୨ଟି ଗାଡିରେ ଯାଉଥିବା ଯବାନମାନଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ । ଏଥିରେ ୫ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗତ ବର୍ଷ ଡିସେମ୍ବରରେ ମଧ୍ୟ ଏଠାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ସେ ସମୟରେ ସେମାନେ ଆମେରିକାର ଏମ୪ କାର୍ବାଇନ ଆସଲ୍ଟ ରାଇଫଲରୁ ଷ୍ଟିଲ ବୁଲେଟରୁ ଗୁଳି କରିଥିଲେ ।

BjdElectrycity

ଏଥର ବି ଗୁଳି ଡ୍ରାଇଭରର ସାମ୍ନାର ମଜଭୁତ କାଚକୁ ଭାଙ୍ଗି ଦେଇଥିଲା । ସୁରକ୍ଷା ବାହିନୀ ଏବେ ସମ୍ପୂର୍ଣ୍ଣ ଅଂଚଳକୁ ସିଲ କରିବା ସହ ସର୍ଚ୍ଚ ଅପେରଶନ ଆରମ୍ଭ କରିଛି । ବାୟୁସେନା ବାହନ ଯିବା ପୂର୍ବରୁ ଆତଙ୍କବାଦୀମାନେ ଲୁଚି କରି ରହି ଏହି ଆକ୍ରମଣ କରିଥିଲେ ।

Leave A Reply

Your email address will not be published.