Latest Odisha News

BREAKING NEWS

ସ୍କୁଲ ଭ୍ରମଣ ବେଳେ ଛାତ୍ରକୁ କିସ୍ ଦେଇ ଅଡ଼ୁଆରେ ପ୍ରଧାନ ଶିକ୍ଷୟିତ୍ରୀ

ଚିକ୍କାବଲ୍ଲାପୁର: କର୍ଣ୍ଣାଟକ ଚିକ୍କାବଲ୍ଲାପୁର ଜିଲ୍ଲା ମୁରୁଗାମଲ୍ଲାସ୍ଥିତ ସରକାରୀ ହାଇସ୍କୁଲର ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସ୍କୁଲ ଭ୍ରମଣ ସମୟରେ ଜଣେ ଛାତ୍ରଙ୍କ ସହ ଅସଦାଚରଣ ଅଭିଯୋଗରେ ନିଲମ୍ବିତ କରାଯାଇଛି।

ଛାତ୍ରଙ୍କୁ କିସ୍ ଦେବା ସହ ଶାରୀରିକ ସମ୍ପର୍କ ପାଇଁ ପ୍ରଦର୍ଶନ କରୁଥିବା ପ୍ରଧାନଶିକ୍ଷୟିତ୍ରୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି। ଫଟୋ ଦେଖିବା ପରେ ଛାତ୍ରୀଙ୍କ ଅଭିଭାବକ ମାନେ ସଙ୍ଗେ ସଙ୍ଗେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ମୁହାଁମୁହିଁ ହୋଇଥିଲେ।

ଚିକ୍କାବଲ୍ଲାପୁରର ଉପନିର୍ଦ୍ଦେଶକ (ଡିଡିପିଆଇ) ଘଟଣାକୁ ସୁନିଶ୍ଚିତ କରିବା ସହ ଚିନ୍ତାମଣି ବିଇଓ ଉମାଦେବୀ ବିଦ୍ୟାଳୟକୁ ଯାଇ ତଦନ୍ତ କରିଥିବା କହିଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ବୁଲାବୁଲି ବେଳେ କିଛି ଫଟୋ ଓ ଭିଡିଓ ଡିଲିଟ୍ କରିଥିବା ଜଣାପଡ଼ିଥିଲା। ଡିଲିଟ୍ ହୋଇଥିବା ଫଟୋକୁ ଏବେ ରିକୋଭରୀ କରି ଘଟଣାର ମୂଳ ଯାଏ ଯିବାକୁ ପୋଲିସ ପ୍ରୟାସ କରୁଥିବା ଜଣାପଡ଼ିଛି।

ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହି ଡିଡିପିଆଇ କହିଛି ଯେ ବିଇଓ ଉମାଦେବୀ ତାଙ୍କ ତଦନ୍ତ ଆଧାରରେ ଏକ ରିପୋର୍ଟ ଦାଖଲ କରିଥିଲେ। ଯାହା ଫଳରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ଡିସେମ୍ବର ୨୨ରୁ ୨୫ ତାରିଖ ମଧ୍ୟରେ ହୋରାନୁ, ଧର୍ମଶାଳା, ୟାନା ଓ ଅନ୍ୟାନ୍ୟ ସ୍ଥାନକୁ ପାଞ୍ଚ ଦିନିଆ ଏକ୍ସକରସନ ସମୟରେ ଏହି ଘଟଣା ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି।

ଡିଡିପିଆଇ ଆହୁରି ମଧ୍ୟ କହିଛନ୍ତି ଯେ କେବଳ ସମ୍ପୃକ୍ତ ଦୁଇ ଜଣ ଛାତ୍ର ଏବଂ ପ୍ରଧାନଶିକ୍ଷୟିତ୍ରୀ ଏହି ଘଟଣା ବିଷୟରେ ଅବଗତ ଅଛନ୍ତି। ଏହି ସମୟରେ ସାଙ୍ଗରେ ଥିବା ଅନ୍ୟ କୌଣସି କର୍ମଚାରୀ କିମ୍ବା ଛାତ୍ର ଛାତ୍ରୀ ଏ ବାବଦରେ ଜାଣି ନାହାନ୍ତି।

ଡିଡିପିଆଇ ଅନୁଯାୟୀ, ଶିକ୍ଷୟିତ୍ରୀ ୨୦୦୫ରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାବରେ ଜନଶିକ୍ଷା ବିଭାଗରେ ଯୋଗ ଦେଇଥିଲେ ଏବଂ ୨୦୧୫ରେ ହାଇସ୍କୁଲକୁ ପଦୋନ୍ନତି ପାଇଥିଲେ।

Leave A Reply

Your email address will not be published.