Latest Odisha News

BREAKING NEWS

ରାଜଧାନୀରେ ଲୁଟେରା ରାଜ୍, ଦୋକାନୀଙ୍କ ତଣ୍ଟି କାଟି ଲୁଟିନେଲେ ୬ ହଜାର ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ଆତଙ୍କ ଖେଳାଇଛନ୍ତି ଲୁଟେରା ଗ୍ୟାଙ୍ଗ । କେତବେଳେ ଘରେ ପଶି ସର୍ବସ୍ବ ଲୁଟିନେଉଛନ୍ତି ତ ଆଉ କେତବେଳେ ଦିନ ଦ୍ବିପହରେ ଲୋକଙ୍କୁ ମାରପିଟ କରି ଲୁଟି ଚାଲିଛନ୍ତି । ସେହିପରି ପୁଣି ଆଉ ଏକ ଘଟଣା ଘଟିଛି ଡମଣା ଅଞ୍ଚଳରେ । ଆଜି ସକାଳୁ ଚନ୍ଦ୍ରଶେଖରପୁର ଥାନା ଅଧୀନ ଡମଣା ଗାଁରେ ଦୁର୍ବୁତ୍ତମାନେ ଜଣେ ଦୋକାନୀଙ୍କ ତଣ୍ଟି କାଟି ତାଙ୍କ ଠାରୁ 6 ହଜାର ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

ପୀଡିତ ଜଣଙ୍କ ଉକ୍ତ ଅଞ୍ଚଳରେ ଦୋକାନ ଚଳାଉଥିବା ଶିବାନନ୍ଦ ବାରିକ ବୋଲି ଜଣାପଡିଛି । ଖବର ଅନୁଯାୟୀ,ଆଜି ସକାଳୁ ଶିବାନନ୍ଦ ବାରିକ ତାଙ୍କ ଦୋକାନ ଖୋଲିବାକୁ ଯାଉଥିବାବେଳେ ଦୁଇ ଜଣ ଦୁର୍ବୁତ୍ତ ତାଙ୍କ ନିକଟକୁ ଆସି ପ୍ରଥମେ ଟଙ୍କା ମାଗିଥିଲେ । ଯେତେବେଳେ ସେ ଟଙ୍କା ଦେବାକୁ ମନା କରିଦେବାରୁ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ତାଙ୍କ ଠାରୁ 6 ହଜାର ଟଙ୍କା ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ ।

ଏହା ପରେ ସ୍ଥାନୀୟ ଲୋକେ ଶିବାନନ୍ଦ ଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏନେଇ ଏହି ଘଟଣାରେ ଦୋକାନୀ ଜଣକ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.