ପୁରୀ: ନବଦିନାତ୍ମକ ଘୋଷଯାତ୍ରାରେ ଯାଇ ମାଉସୀ ମା ଘରେ ଅଛନ୍ତି ତିନି ଠାକୁର । ଘୋଷଯାତ୍ରାରେ ରଥାରୂଢ ହୋଇ ଆଡପ ମଣ୍ଡପ ବିଜେ ପରିଛନ୍ତି ମହାପ୍ରଭୁ । ହେଲେ ସାଙ୍ଗରେ ମା ଲକ୍ଷ୍ମୀଙ୍କୁ ଆଣିନଥିବାରୁ ଶ୍ରୀମନ୍ଦିରରେ ରୁଷିଛନ୍ତି ମା ଲକ୍ଷ୍ମୀ ।
ଏଥିପାଇଁ ଆଜି ଶ୍ରୀକ୍ଷେତ୍ର ପୁରୀରେ ହେବ ହେରା ପଞ୍ଚମୀ ନୀତି । ନବଦିନାତ୍ମକ ଘୋଷଯାତ୍ରାରେ ମା ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇନଥିବାରୁ ଆଜି ଶ୍ରୀମନ୍ଦିରରୁ ମହାଲକ୍ଷ୍ମୀ ଯିବେ ଗୁଣ୍ଡିଚା ମନ୍ଦିର । ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ଫେରାଇ ଆଣିବା ପାଇଁ ଗୁଣ୍ଡିଚା ମନ୍ଦିରରେ ବିଜେ କରିବେ ଅଭିମାନିନୀ ମା ଲକ୍ଷ୍ମୀ । ହେଲେ ମାଉସୀ ମାଙ୍କ ଘରେ ୯ ଦିନ ରହି ପୋଡ ପିଠା ଖାଇବା ପରେ ଶ୍ରୀମନ୍ଦିର ଫେରିବେ ବୋଲି କହିବେ ପ୍ରଭୁ କାଳିଆ ଠାକୁର । ଯେଉଥିରେ ରାଗିଯାଇ ଫେରିଲା ବେଳକୁ ମହାପ୍ରଭୁଙ୍କ ରଥ ଭାଙ୍ଗିଦେଇଯିବେ ମା ଲଷ୍ମୀ । ଯାହାକୁ ହେରା ପଞ୍ଚମୀ ନୀତି କୁହାଯାଏ।
ଏହା ପରେ ୯ ଦିନ ରହଣି ପରେ ବାହୁଡା ଯାତ୍ରା କରି ଶ୍ରୀମନ୍ଦିର ଫେରିବେ ତିନି ଠାକୁର । ଗୁଣ୍ଡିଚାରୁ ଫେରି ସିଂହଦ୍ବାରରେ ରୋସଗୋଲା ଖୁଆାଇ ଅଭିମାନିନୀ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ ଜଗନ୍ନାଥ।