Latest Odisha News

BREAKING NEWS

ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ଭାରତର ଲମ୍ବା ବଲପେନ

ନୂଆଦିଲ୍ଲୀ: ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ଭାରତର ଲମ୍ବା ବଲପେନ । ଆଚାର୍ଯ୍ୟ ମକୁନରୀ ଶ୍ରୀନିବାସ ଏହି ପେନ ତିଆରି କରିଥିଲେ । ବିଶ୍ୱର ଏହି ବଡ ବଲ ପଂଏଟ ପେନର ଲମ୍ବା ୫.୫ ମିଟର ଓ ଓଜନ ୩୭.୨୩ କିଲୋଗ୍ରାମ । ସାଧାରଣ ବଲପେନଠାରୁ ଏହା ୩୮ଗୁଣା ବଡ । ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡର ଇନଷ୍ଟାଗ୍ରାମ ପେଜରେ ଏ ନେଇ ସୂଚନା ଦିଆଯାଇଛି । ପିଲାବେଳୁ ବିଶ୍ୱର ବଡ ପେନ ତିଆରି କରୁଥିବା ସ୍ୱପ୍ନ ଦେଖୁଥିଲି ଏବେ ଏହାକୁ ସାକାର କରିପାରିଥିବାରୁ ଗର୍ବ ଅନୁଭବ କରୁଛି ବୋଲି ଆଚାର୍ଯ୍ୟ କହିଛନ୍ତି ।

ପେନକୁ ବ୍ରୋଞ୍ଜରେ ନିର୍ମାଣ କରାଯାଇଛି । ଏଥିରେ ଭାରତୀୟ ସଂସ୍କୃତିର ୯ ପ୍ରକାର ନୃତ୍ୟ ଓ ବାଦ୍ୟର ଚିତ୍ର ଅଙ୍କିତ ହୋଇଛି । ସୂଚନାଯୋଗ୍ୟ, ବଲ ପଂଏଟର ଆବିଷ୍କାର ଲେଣ୍ଡସଲ ଜୋସ ବୀରା ୨୪ ସେପ୍ଟମ୍ବର ୧୮୯୯ରେ କରିଥିଲେ ।

Leave A Reply

Your email address will not be published.