Latest Odisha News

BREAKING NEWS

ଅଟ୍ଟାରୀ ବର୍ଡର ନିକଟରୁ ଜବତ ହେଲା ୭୦୦ କୋଟି ଟଙ୍କାର ହେରୋଇନ

ଅଟ୍ଟାରୀ: ଅଟ୍ଟାରୀ ବର୍ଡର ନିକଟରେ କଷ୍ଟମ ବିଭାଗକୁ ବଡ ସଫଳତା ମିଳିଛି । ପାକିସ୍ତାନ ଚେକ ପୋଷ୍ଟ ମାଧ୍ୟମରେ ଆଫଗାନିସ୍ତାନରୁ ଆସୁଥିବା ଏକ ଟ୍ରକକୁ ଅଟ୍ଟାରୀ ବର୍ଡର ନିକଟରେ କଷ୍ଟମ ବିଭାଗ ଚେକିଂ କରିବା ବେଳେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ । ଏଥିରେ ୧୦୨ କିଲୋଗ୍ରାମର ହେରୋଇନ ଯାହାର ମାର୍କେଟ ମୂଲ୍ୟ ୭୦୦ କୋଟି ହେବ ରହିଥିଲା ।

BjdElectrycity

ଜବତ ହେବା ପରେ ପ୍ରାରମ୍ଭିକ ତଦନ୍ତରୁ ଦିଲ୍ଲୀର କୌଣସି ଏକ ଅସାଧୁ ବ୍ୟବସାୟୀ ଏହାକୁ ଆଫଗାନିସ୍ତାନରୁ ମଗେଇଥିଲେ । ଉକ୍ତ ବ୍ୟବସାୟୀଙ୍କୁ ପୋଲିସ ଖୋଜୁଛି । ଟ୍ରକ ଭିତରେ ଥିବା କାଠର ଚୋପା ମଧ୍ୟରେ ଏହି ହେରୋଇନ ଲୁଚାଇ ରଖା ଯାଇଥିଲା । ଏହା ପୂର୍ବରୁ ୨୦୧୯ରେ ୫୮୪ କିଲୋଗ୍ରାମ ହେରୋଇନ ଜବତ କରାଯାଇଥିଲା ।

Leave A Reply

Your email address will not be published.