Latest Odisha News

BREAKING NEWS

ହାଇଟେକ୍ ଟ୍ରାଜେଡି: ମୃତଦେହ ପରିବାରକୁ ହସ୍ତାନ୍ତର ପରେ ସରିଲା ଦିଲୀପଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲ୍ ରେ ଏସି କମ୍ପ୍ରେସର ମରାମତି ବିସ୍ଫୋରଣ ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ତୃତୀୟ ବ୍ୟକ୍ତିଙ୍କ ଡିଏନଏ ରିପୋର୍ଟ ଆସିବାପରେ ମୃତଦେହକୁ ଦିଲୀପ ସାମନ୍ତରାୟଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହାପରେ ଦିଲ୍ଲୀପଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

ଡିସେମ୍ବର ୨୯ ତାରିଖରେ ହସ୍ପିଟାଲରେ ଏସି କମ୍ପ୍ରେସର ମରାମତି ସମୟରେ ବିସ୍ଫୋରଣ ଘଟି ୪ ଜଣ ଟେକ୍ନିସିଆନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ସେଥିମଧ୍ୟରୁ ୩୧ ତାରିଖରେ ଏକ ମୃତଦେହକୁ ଦିଲ୍ଲୀପଙ୍କର ପରିବାର ଲୋକଙ୍କୁ ଦିଆଯାଇଥିଲା। ପରିବାର ଲୋକେ ଉକ୍ତ ମୃତଦେହର ସତ୍କାର କରିଥିଲେ । ହେଲେ ପରେ ଜଣାପଡିଥିଲା ଯେ, ମୃତଦେହ ଟି ଦିଲୀପ ନିହେଁ ବରଂ ଅନ୍ୟଜଣେ ଟେକନିସିଆନ ଜ୍ୟୋତିଙ୍କର ଥିଲା । ସେତେବେଳକୁ ଦିଲୀପଙ୍କର ମୃତ୍ୟୁ ହୋଇନଥିଲା ।

ପରେ ହସ୍‌ପିଟାଲ୍ ଭେଣ୍ଟିଲେଟରରେ ରହି ଚିକିତ୍ସା ହେଉଥିବା ଅନ୍ୟଜଣେ ନିଜକୁ ଦିଲୀପ ବୋଲି କହିଥିଲେ । ହେଲେ ସେତବେଳ ପର୍ଯ୍ୟନ୍ତ ଜ୍ୟୋତି ଭାବି ତାଙ୍କୁ ଚିକିତ୍ସା କରାଯାଉଥିଲା । ଏହାପରେ ଘଟଣାରେ ଆସିଥିଲା ଭିନ୍ନ ମୋଡ । ଏନେଇ ଦିଲୀପଙ୍କ ପରିବାରକୁ ତାଙ୍କ ପୁଅ ବଞ୍ଚିଛି ବୋଲି କୁହାଯାଇଥିଲା । ଯାହାକୁ ନେଇ ସେମାନେ ଖୁସି ହୋଇଥିଲେ ହେଲେ ସୂଚନା ପାଇବାର ମାତ୍ର ଗୋଟିଏ ଦିନ ପରେ ପୁଣି ତାଙ୍କ ପୁଅର ମୃତ୍ୟୁ ହୋଇଯାଇଥିବା ଖବର ପାଇଲେ ।

ଅନ୍ୟପଟେ ଜ୍ୟୋତିରଞ୍ଜନ ମଲ୍ଲିକ କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଥିଲେ ତାଙ୍କ ଜ୍ୟୋତିଙ୍କ ପରିବାର ଲୋକେ । ଏହାପରେ ମୃତଦେହର ପରିଚୟକୁ ନେଇ ଅନେକ ଦ୍ବନ୍ଦ ଦେଖାଦେଇଥିଲା । ପରିଚୟ ସ୍ପଷ୍ଟ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଓ ପୁଲିସ ଡିଏନ୍ଏ ଟେଷ୍ଟ କରାଇଥିଲେ । ଦିଲ୍ଲୀପ ସାମନ୍ତରାୟଙ୍କ ମା’ଙ୍କ ନମୁନା ଭୁବନେଶ୍ୱରସ୍ଥିତ ଷ୍ଟେଟ୍ ଫରେନସିକ୍ ସାଇନ୍ସ ଲାବୋରେଟୋରିକୁ ପଠାଯାଇଥିଲା ।

ସେହିଦିନ ପୋଲିସକୁ ଦିଆଯାଇଥିବା ଡିଏନଏ ରିପୋର୍ଟରେ ଏହା ଦିଲୀପଙ୍କ ମୃତଦେହ ବୋଲି ସ୍ପଷ୍ଟ ହୋଇଥିଲା । ଏହାପରେ ଦିଲୀପଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ପୁଅ ମୃତ୍ୟୁ କୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ସଂପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି ମୃତ ଦିଲ୍ଲୀପ ସାମନ୍ତରାୟଙ୍କ ମାଆ ଅହଲ୍ୟା ସାମନ୍ତରାୟ । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅହଲ୍ୟା । ଏଥିସହିତ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦାବି କରିଛନ୍ତି ଦିଲ୍ଲୀପଙ୍କ ମା’।

Leave A Reply

Your email address will not be published.