Latest Odisha News

BREAKING NEWS

ରଣଜୀ ଟ୍ରଫି:ହିମାଚଳ ୪୯ରେ ଅଲଆଉଟ, ଦୀପକଙ୍କୁ ୮ ୱିକେଟ

ଡେରାଡୁନ: ହିମାଚଳ ପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମୁକାବିଲାରେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଉତରାଖଣ୍ଡର ବୋଲର ଦୀପକ ଧପୋଲା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ମାତ୍ର ୮.୩ ଓଭର ବୋଲିଂ କରି ୩୫ ରନରେ ୮ଟି ୱିକେଟ ଅକ୍ତିଆର କରିଥିଲେ । ତାଙ୍କ ବୋଲିଂକୁ ସାମ୍ନା କରି ନ ପାରି ହିମାଚଳ ପ୍ରଦେଶ ମାତ୍ର ୪୯ ରନରେ ଅଲଆଉଟ ହୋଇଯାଇଥଲା । ଅଙ୍କିତ କାଲସୀ ଦଳ ପକ୍ଷରୁ ସର୍ବାଧିକ ୨୬ ରନ କରିଥିଲେ । ଦୀପକ ପ୍ରଥମ ସ୍ପେଲରେ ରାଘବ ଧାୱନ, ପ୍ରଶାନ୍ତ ଚୋପ୍ରା, ଅଙ୍କିତ କାଳସୀ, ଅମିତ କୁମାର, ଆକାଶ ବଶିଷ୍ଠଙ୍କୁ ଆଉଟ କରିଥିଲେ । ଦ୍ୱିତୀୟ ସ୍ପେଲରେ ସେ ମୟଙ୍କ ଡଗର, ପଙ୍କଜ ଜୟସ୍ୱାଲ ଓ ବୈଭବ ଆରୋରାଙ୍କୁ ଆଉଟ କରିଥିଲେ । ବାକି ୨ଟି ୱିକେଟ ଅଭୟ ନେଗୀ ନେଇଥିଲେ ।

ଜବାବରେ ଉତରାଖଣ୍ଡ ଆଦିତ୍ୟ ତାରେଙ୍କ ୯୧ ରନ ସହାୟତାରେ ୬ ୱିକେଟରେ ୨୯୫ ରନ ସଂଗ୍ରହ କରିନେଇଛି । ଦୀପକ ପ୍ରଥମ ଶ୍ରେଣୀ କ୍ରିକେଟରେ ମାତ୍ର ୧୪ ମ୍ୟାଚରେ ୬୧ ୱିକେଟ ନେଇ ସାରିଛନ୍ତି । ୫ ଥର ୫ରୁ ଅଧିକ ୱିକେଟ ଏବଂ ୨ଥର ମ୍ୟାଚରେ ୧୦ ୱିକେଟ ହାସଲ କରିଛନ୍ତି । ବିରାଟ କୋହଲି ମଧ୍ୟ ତାଙ୍କ ବୋଲିଂ ଦକ୍ଷତାକୁ ଭୂୟସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.