Latest Odisha News

BREAKING NEWS

ଗଣମାଧ୍ୟମ ସ୍ବାଧୀନତା ବିପଦରେ, ପ୍ରଥମ ୩୧ ଦେଶ ଭିତରେ ଭାରତ ସାମିଲ

ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଦୁଇ ସ୍ଥାନ ଉପରକୁ ଉଠିଲା ଭାରତ

ନୂଆଦିଲ୍ଲୀ: ରିପୋଟର୍ସ ୱିଦଆଉଟ ବଡର୍ସ(ଆରଏସଏଫ) ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କର ୨୧ତମ ସଂସ୍କରଣ ଜାରି କରିଛି। ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ଇଣ୍ଡେକ୍ସ ତଥା ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୫୯ ରହିଛି । ବିଗତ କିଛି ବର୍ଷର ରିପୋର୍ଟ ଦେଖିଲେ ଭାରତର ସ୍ଥିତି ବିଗିଡି ବିଗିଡି ଯାଉଥିବାର ନଜର ଆସୁଥିଲା । ଗତ ୨୦୨୨ରେ ଭାରତର ସ୍ଥାନ ୧୫୦ ଥିବାବେଳେ ଏଥିରେ ଆହୁରି ଅବନତି ଘଟି ୨୦୨୩ ଏହା ୧୬୧କୁ ଖସିଥିଲା । କିନ୍ତୁ ୨୦୨୪ରେ ଏଥିରେ ଉନ୍ନତି ଦେଖାଦେଇଛି । ଏଥିରେ ଭାରତ ଦୁଇଟି ସ୍ଥାନ ଉପରକୁ ଉଠି ଏଥର ୧୫୯ ସ୍ଥାନ ଗ୍ରହଣ କରିଛି । ହେଲେ ଏବେବି ଏହା ସଙ୍କଟରେ । ଗଣମାଧ୍ୟମ ପାଇଁ ପ୍ରଥମ ୩୧ ବିପଜ୍ଜନକ ଦେଶ ଗୁଡିକ ମଧ୍ୟରେ ଭାରତ ରହିଛି। ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତରେ ସାମ୍ବାଦିକଙ୍କ ଉପରେ ହିଂସା, ଗଣମାଧ୍ୟମର ସ୍ବାଧୀନତାକୁ ବିପଦରେ ପକାଇଥିବା ଆରଏସଏଫ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଯେଉଁଥିରେ ଭାରତ, ଚାଇନା, ସାଉଦିଆରବ ଓ ବାଂଲାଦେଶ ଭଳି ରାଷ୍ଟ୍ର ସହିତ ସଙ୍କଟ ତାଲିକାରେ ଅର୍ନ୍ତଭୁକ୍ତ ରହିଛି । ଏହା ସହିତ ଭାରତ, ପାକିସ୍ତାନ(୧୫୨ ସ୍ଥାନ) ଓ ଶ୍ରୀଲଙ୍କା(୧୫୦ ସ୍ଥାନ) ଠାରୁ ମଧ୍ୟ ପଛରେ ଅଛି ଯାହାର ସ୍ଥାନ ୧୫୯ରେ ଅଛି ।

ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକ- ୨୦୨୪ରେ ୧୦ ସ୍ବାଧୀନ ଦେଶ:

ଏଥିରେ ଗଣମାଧ୍ୟମ ସ୍ବାଧୀନତା ରାଙ୍କରେ ନରଓ୍ବେ ସବୁଠୁ ଆଗରେ । ଆହୁରି ମଧ୍ୟ ଡେନମାର୍କ ୨୦୨୩ ରେ ୩ସ୍ଥାନରେ ଥିବା ବେଳେ ୨୦୨୪ରେ ୨ ସ୍ଥାନକୁ ଉନ୍ନତି କରିଛି । ତେବେ ବିଡମ୍ବନାର ବିଷୟ ଏହା ଯେ ଏଥିରେ ଅର୍ନ୍ତଭୁକ୍ତ ଥିବା ରାଷ୍ଟ୍ର ଭିତରେ  କୌଣସି ବି ଏସୀୟ ଦେଶ ଅର୍ନ୍ତଭୁକ୍ତ ନାହାନ୍ତି । ସମସ୍ତ ରାଷ୍ଟ୍ର ପଶ୍ଚିମ ୟୁରୋପର ।

ସ୍ଥାନ ଦେଶ ସ୍କୋର
ନରୱେ ୯୧.୮୯
ଡେନମାର୍କ ୮୯.୬
ସ୍ବିଡେନ ୮୮.୩୨
ନେଦରଲାଣ୍ଡ ୮୭.୭୩
ଫିନଲାଣ୍ଡ ୮୬.୬୫
ଇଷ୍ଟୋନିଆ ୮୬.୮୪
ପର୍ତ୍ତୁଗାଲ ୮୫.୯
ଇରଲାଣ୍ଡ ୮୫.୮୯
ସ୍ବିଜରଲାଣ୍ଡ ୮୪.୦୧
୧୦ ଜର୍ମାନୀ ୮୩.୮୪

 

ଶ୍ରେଷ୍ଠ ୧୦ ଦେଶ ଯାହାଙ୍କର ଗଣମାଧ୍ୟମ ସ୍ବାଧୀନତା ଅତ୍ୟନ୍ତ ଖରାପ:

ସ୍ଥାନ ଦେଶ ସ୍କୋର
୧୮୦ ଇରିଟ୍ରିଆ ୧୬.୬୪
୧୭୯ ସିରିଆ  ୧୭.୪୧
୧୭୮ ଆଫଗାନିସ୍ତାନ ୧୯.୦୯
୧୭୭ ଉତ୍ତର କୋରିଆ ୨୦.୬୬
୧୭୬ ଇରାନ ୨୧.୩୩
୧୭୫ ତୁର୍କମେନିସ୍ତାନ ୨୨.୦୧
୧୭୪ ଭିଏତନାମ ୨୨.୩୧
୧୭୩ ବହାରେନ ୨୩.୩୧
୧୭୨ ଚାଇନା ୨୩.୩୬
୧୭୧ ମିଆଁମାର ୨୪.୪୧
Leave A Reply

Your email address will not be published.