Latest Odisha News

BREAKING NEWS

ବିକ୍ରି ହେବ ଅନିଲ ଅମ୍ବାନୀଙ୍କର ଆଉ ଏକ କମ୍ପାନୀ: ହିନ୍ଦୁଜା ଗ୍ରୁପ ହାତକୁ ଯିବ ମାଲିକାନା

ନୂଆଦିଲ୍ଲୀ: ଅନିଲ ଅମ୍ବାନୀଙ୍କର ରିଲାଏନ୍ସ କ୍ୟାପିଟାଲ ନଭେମ୍ବର ସୁଦ୍ଧା ବିକ୍ରି ହେବ । ଏଥିନେଇ ଚାଲିଛି ମସୁଧା । ଏହି କମ୍ପାନୀର ମାଲିକାନା ହିନ୍ଦୁଜା ଗ୍ରୁପ ପାଖକୁ ଯିବ। ହିନ୍ଦୁଜା ଗ୍ରୁପ କମ୍ପାନୀର ଅଧ୍ୟକ୍ଷ ଅଶୋକ ପି. ହିନ୍ଦୁଜାଙ୍କ କହବା ଅନୁଯାୟୀ, ଚଳିତ ବର୍ଷ ନଭେମ୍ବର ଶେଷ ସୁଦ୍ଧା ରିଲାଏନ୍ସ କ୍ୟାପିଟାଲ ଅଧିଗ୍ରହଣ କାମ ଶେଷ ହୋଇଯିବ।

ଏଠି କହିରଖିବୁ, ହିନ୍ଦୁଜା ଗ୍ରୁପର ଇଣ୍ଡସଇଣ୍ଡ ଇଣ୍ଟରନାଶନାଲ ହୋଲଡିଂସ ଲିମିଟେଡ ଏକମାତ୍ର କମ୍ପାନୀ ଥିଲା ଯିଏ ରିଲାଏନ୍ସ କ୍ୟାପିଟାଲ ଖରିଦ ପାଇଁ ଆଗେଇ ଆସିଥିଲା । ତେବେ ଅଧିଗ୍ରହଣ ନେଇ ଟରେଣ୍ଟ ଇନଭେଷ୍ଟମେଣ୍ଟ ସହ ଆଇନଗତ ଲଢେଇ ଚାଲିଛି । ତେଣୁ ସେ ନିଲାମୀରୁ ବାହାରି ଯାଇଥିଲା । ଏହାପରେ ସେ ହିନ୍ଦୁଜା ଗ୍ରୁପକୁ କୋର୍ଟରେ ଚାଲେଞ୍ଜ କରିଛି ।

ଅଶୋକ ହିନ୍ଦୁଜାଙ୍କ କହିବା ଅନୁଯାୟୀ, ରିଲାଏନ୍ସ କ୍ୟାପିଟାଲକୁ ଅଧିଗ୍ରହଣ କରିବା ପରେ ହିନ୍ଦୁଜା ଗ୍ରୁପକୁ ଜୀବନ ବୀମା, ସାମାନ୍ୟା ବୀମା, ସ୍ୱାସ୍ଥ୍ୟ ବୀମା ବ୍ୟତୀତ ଏଆରସି, ଷ୍ଟକ ବ୍ରେକିଂ ପରି କ୍ଷେତ୍ରକୁ ଯାଇପାରିବେ । ସେ ଆଶା କରିଛନ୍ତି, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବିଏଫଏସଆଇ ସେକ୍ଟରର ଅଧିକରୁ ଅଧିକ ୯୫ ପ୍ରତିଶତ ଅଂଶ କଭର ହୋଇପାରିବ ।

ସୂଚନାଥାଉ କି, ଏହି ନିଲାମିରେ ରିଲାଏନ୍ସ କ୍ୟାପିଟାଲ ପାଇଁ ହିନ୍ଦୁଜା ଗ୍ରୁପ ୯୬୫୦ କୋଟିର ଡାକ ଲଗାଇଥିଲେ । ସବୁଠାରୁ ଅଧିକ ଡାକ ଟରେଣ୍ଟ ଇନଭେଷ୍ଟମେଣ୍ଟ  ଡାକିଥିଲା । ହେଲେ ୨ୟ ରାଉଣ୍ଡରେ ଟରେଣ୍ଟ ଆଇନଗତ ବିବାଦରୁ ଏହି ଡାକରୁ ବାହାରି ଯାଇିଲା । 

Leave A Reply

Your email address will not be published.