Latest Odisha News

ଘାତକ କରୋନାର ନୂଆ ଭାରିଆଣ୍ଟ: ଡେଲଟାଠୁ ଅଧିକ ମାରାତ୍ମକ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ପୁଣି ଥରେ ସାରା ବିଶ୍ୱରେ ହଇଚଇ । ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ନୂଆ ଭାରିଆଣ୍ଟ ଚିନ୍ତା ବଢ଼ାଇଛି । ଏହାର ନାଁ ରହିଛି B.୧.୧.୫୨୯ । ଏହା ଦ୍ରୁତଗତରେ ବ୍ୟାପୁଛି । ଡେଲଟା ଭାରିଆଣ୍ଟଠାରୁ ଅଧିକ ମାରାତ୍ମକ । ଅଧିକ ସଂକ୍ରାମକ ବୋଲି କହୁଛନ୍ତି ବିଶେଷଜ୍ଞ । ଦକ୍ଷିଣ ଆଫ୍ରିକାରେ ଏହି ଭାରିଆଣ୍ଟ ଯୋଗୁ ସଂକ୍ରମଣ ବ୍ୟାପୁଛି । କରୋନାର ଏହି ନୂଆ ଷ୍ଟ୍ରେନ ସାରା ବିଶ୍ୱ ପାଇଁ ସତର୍କଘଣ୍ଟି ହୋଇଛି ।

ବୈଜ୍ଞାନିକଙ୍କ ରିସର୍ଚ୍ଚ କହୁଛି, ଏହି ପ୍ରଜାତି ୩୫ ଥର ମ୍ୟୁଟେସନ୍ ହୋଇଛି । ଅର୍ଥାତ ଏହା ଅଧିକ ଥର ରୂପ ବଦଳାଇଛି । ପ୍ରଥମେ ନଭେମ୍ବର ୧୧ ତାରିଖରେ ଚିହ୍ନଟ ହୋଇଥିଲା B.୧.୧.୫୨୯ ଭାରିଆଣ୍ଟ । ଏହି ପ୍ରଜାତି ଦକ୍ଷିଣ ଆଫ୍ରିକା, ହଂକଂ ଓ ଚୀନରେ ଚିହ୍ନଟ ହୋଇଥିଲା । ଏସବୁ ଦେଶରେ ନୂଆ ଭାରିଆଣ୍ଟ ଜନିତ ୩୫ଟି କରୋନା ମାମଲା ସାମନାକୁ ଆସିଛି ।

ବୈଜ୍ଞାନିକଙ୍କ ମତରେ ଏହି ଭାରିଆଣ୍ଟ ଡେଲଟାଠାରୁ ଆହୁରି ସାଂଘାତିକ ହୋଇପାରେ । ଏହା ଉପରେ ଟିକା କେତେ ପ୍ରଭାବୀ ସେଭଳି କୌଣସି ସ୍ପଷ୍ଟ ସୂଚନା ବି ନାହିଁ । ଅଧିକ ଗବେଷଣା ଜାରି ରହିଛି । ସେପଟେ ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହାକୁ ଭାରିଆଣ୍ଟ ଅଫ୍ କନସର୍ଣ୍ଣ ଘୋଷଣା କରିପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

Leave A Reply

Your email address will not be published.