Latest Odisha News

BREAKING NEWS

ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ଏକଦିବସୀୟ ମ୍ୟାଚ୍ !

କଟକ: ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାନେଇ ଆଶା ଉଜ୍ଜିବୀତ ରହିଥିବା ବୁଧବାର ଦିନ ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ସୂଚନା ମିଳିଛି ।

ବାତ୍ୟା ‘ଫନି’ ଦ୍ୱାରା ବାରବାଟୀରେ ହୋଇଥିବା କ୍ଷୟକ୍ଷତି ଯୋଗୁଁ ଏହି ଷ୍ଟାଡିୟମରେ ମ୍ୟାଚ୍ ଖେଳାଯାଇ ପାରିବ ନାହିଁ ବୋଲି ପୂର୍ବରୁ ଓସିଏ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା ।

ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ବୁଧବାର ଦିନ ନବନିର୍ବାଚିତ ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, ନିକଟରେ ମୁମ୍ବାଇ ଗସ୍ତରେ ଯାଇଥିବା ସମୟରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ବରିଷ୍ଠ ଅଧିକାରୀଙ୍କ ସହ ଏସମ୍ପର୍କରେ ଆଲୋଚନା କରିଛନ୍ତି ।

ଆହୁରି ମଧ୍ୟ “ଷ୍ଟାଡିୟମର ମରାମତି କରିବା ପାଇଁ ବିସିସିଆଇ ପକ୍ଷରୁ ଆର୍ଥୀକ ସହାୟତା ପ୍ରଦାନ କରାଯିବ ବୋଲି ଅଧିକାରୀମାନେ ମୋତେ ଆଶ୍ୱାସନା ଦେଇଛନ୍ତି” ବୋଲି ସେ ପ୍ରକାଶ କରିଛନ୍ତି ।

ଗତ ଅକ୍ଟୋବର ୩ ତାରିଖରେ ଶ୍ରୀ ବେହେରା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ଓସିଏ ନିକଟରେ ଯଥେଷ୍ଟ ଅର୍ଥରାଶି ନଥିବା ଯୋଗୁଁ ଫନି ଦ୍ୱାରା ଷ୍ଟାଡିୟମରେ ହୋଇଥିବା କ୍ଷୟକ୍ଷତିର ପୁନରୁଦ୍ଧାର କରିବା ସମ୍ଭବପର ନୁହେଁ । ଏଥିଲାଗି ବିସିସିଆଇ ବ୍ୟତିତ ରାଜ୍ୟ ସରକାରଙ୍କୁ ଆର୍ଥୀକ ସହାୟତା ମାଗିବ ଓସିଏ ।

ସେହିପରି ବିସିସିଆଇ ପକ୍ଷରୁ ଡିସେମ୍ବରରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମ୍ୟାଚ୍ ହେବାନେଇ ଘୋଷଣା କରିଥିବା ବଳେ ୩ଟି ଏକଦିବସୀୟ ଏବଂ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ । ୩ଟି ଏକଦିବସୀୟ ମ୍ୟାଚ୍ ମଧ୍ୟରୁ ଗୋଟିଏ ମ୍ୟାଚ୍ ଡିସେମ୍ବର ୨୨ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଆୟୋଜିତ କରିବା ଲାଗି ଓସିଏକୁ କହିଥିଲେ ।

Leave A Reply

Your email address will not be published.