Latest Odisha News

BREAKING NEWS

ଦୀର୍ଘ ସମୟ କମ୍ପ୍ୟୁଟର ସାମ୍ନାରେ ବସିବାକୁ ପଡୁଥିଲେ, ଆପଣାନ୍ତୁ ଏହିସବୁ ଉପାୟ

ଭୁବନେଶ୍ୱର: ଆଜିର ସମୟରେ ସାଧାରଣତଃ ଲୋକେ ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ସମ୍ମୁଖରେ ବସି କାର୍ଯ୍ୟ କରୁଛନ୍ତି। ମାତ୍ର ଏହା ଶରୀର ଉପରେ କେତେ କୁପ୍ରଭାବ ପକାଉଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ କମ୍ପ୍ୟୁଟର ଆଗରେ ଦୀର୍ଘ ସୟମ ଧରି ବସି କାମ କରିବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେଲେ ଆମ ଶରୀର ଉପରେ ଏହାର କୁପ୍ରଭାବ ପଡ଼ିବ ନାହିଁ ଜାଣନ୍ତୁ…

କମ୍ପ୍ୟୁଟରକୁ ଆଖିର ଅତି ନିକଟରେ ନରଖି କିଛି ଦୂରରେ ରଖନ୍ତୁ। କିଛି ସମୟ କାମ କରିବା ପରେ ଉଠି ଯାଇ ଆଖିକୁ ଥଣ୍ଡା ପାଣି ଛାଟନ୍ତୁ। ଏପରି କଲେ ଆଖିକୁ ଆରାମ ମିଳିଥାଏ।

କାର୍ଯ୍ୟ କରିବାର କିଛି ସମୟ ପରେ ୫-୧୦ ମିନିଟ୍ ପାଇଁ ଆଖିକୁ ବନ୍ଦ କରନ୍ତୁ। ଏହା ବ୍ୟତୀତ ସିଟ୍‌ରୁ ଉଠି ବାହାରେ ସବୁଜ ଗଛପତ୍ରକୁ କିଛି ସମୟ ଚାହିଁ ରୁହନ୍ତୁ, ଏହାଦ୍ୱାରା ଆଖି ରିଲାକ୍ସ ହୋଇଥାଏ ।

ଆଖି ଦରଜ ହେଉଥିଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ଆବଶ୍ୟକ ପଡ଼ିଲେ ଚଷମା ବ୍ୟବହାର କରନ୍ତୁ।

କମ୍ପ୍ୟୁଟର ସମ୍ମୁଖରେ ବସି କାର୍ଯ୍ୟ କରିବା ବେଳେ ଅଧିକ ସମୟ ପର୍ୟ୍ୟନ୍ତ ଆଦୌ ବସନ୍ତୁ ନାହିଁ। ପ୍ରତି ଅଧ ଘଣ୍ଟା ଅନ୍ତରରେ ଥରେ ଉଠି ବାହାରେ ଟିକେ ବୁଲି ଆସନ୍ତୁ।

Leave A Reply

Your email address will not be published.