Latest Odisha News

BREAKING NEWS

ପ୍ରଥମ ଥର ଆୟୋଜିତ ହେଲା ‘ହରର ଫିଲ୍ମ ଫେଷ୍ଟିଭାଲ’

ମୁମ୍ବାଇ: ପ୍ରଥମ ଥର ପାଇଁ ମୁମ୍ବାଇରେ ଆୟୋଜିତ ହୋଇଛି ହରର ଫିଲ୍ମ ଫେଷ୍ଟିଭାଲ । ଏଥିରେ ଦେଶ ତଥା ବିଦେଶରୁ ମୋଟ ୨୩ଟି ଫିଲ୍ମ ପ୍ରଦର୍ଶିତ ହୋଇଛି । ଏହାକୁ ୩ ବର୍ଗରେ ବିଭକ୍ତ କରାଯାଇଥିଲା । ପ୍ରତ୍ୟେକ ବର୍ଗରୁ ଗୋଟିଏ ଲେଖାଏଁ ଶ୍ରେଷ୍ଠ ଫିଲ୍ମ ଚୟନ କରାଯାଇଥିଲା ।

ପ୍ରଥମ କ୍ୟାଟୋଗୋରୀରେ ୪୦ ମିନିଟ୍‌ରୁ ଅଧିକ ସମୟ ଥିବା ଫିଲ୍ମ ସାମିଲ ହୋଇଥିବା ବେଳେ ଦ୍ୱିତୀୟ କ୍ୟାଟୋଗୋରୀରେ ୧୦ ମିନିଟ୍‌ର ୭ଟି ଫିଲ୍ମ ଓ ତୃତୀୟ କ୍ୟାଟୋଗୋରୀରେ ୧୦ ମିିନିଟ୍‌ରୁ ୪୦ ମିିିନିଟ୍ ପର୍ଯ୍ୟନ୍ତ ୧୨ଟି ସଟ୍ ଫିଲ୍ମ ସାମିଲ ହୋଇଥିଲେ । ପ୍ରଥମ କ୍ୟାଟୋଗୋରୀରେ ମିଶେଲ୍ ଗରଜା ସେରୱେରଙ୍କ ନିର୍ଦ୍ଦେଶିତ ଫିଲ୍ମ ହୁସେରା: ଦ ବୋନ୍ ବୁମନ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବରେ ମନୋନୀତ ହୋଇଥିଲା । ସେହିପରି ଦ୍ୱିତୀୟ କ୍ୟାଟୋଗୋରୀରେ ଆଲିସନ୍ ପେରେସଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ନିଟ୍ ୱାନ୍ ଷ୍ଟାବ୍ ଟୁ\’ ଓ ତୃତୀୟ କ୍ୟାଟୋଗୋରୀରେ ନିର୍ଦ୍ଦେଶକ ଅଗାତା ବିଏଜୋରେକଙ୍କ ଫିଲ୍ମ ଗ୍ରାଇଗିଂ ସର୍ବ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇ ପୁରସ୍କୃତ ହୋଇଛି ।

Leave A Reply

Your email address will not be published.