Latest Odisha News

BREAKING NEWS

ଜଣେ କେବିସି ବିଜେତାଙ୍କ ଜୀବନ କାହାଣୀ: ସଂଘର୍ଷରୁ ସଫଳତା ପାଇଥିବା ହିରୋ ଏଥିପାଇଁ ବନିଗଲେ ଜିରୋ

କୌନ ବନେଗା କରୋଡପତି ସିଜିନ ୫ ରେ ଭାଗ ନେଇ ବିଜେତା ହୋଇଥିଲେ ବିହାରର ସୁଶୀଲ କୁମାର । ବିଗ୍ ବି ଙ୍କର ପ୍ରଶ୍ନର ଗୋଟିକ ପରେ ଗୋଟିଏ ଉତ୍ତର ଦେଇ ଜିତିଥିଲେ ୫ କୋଟି ଟଙ୍କା । ଜୀବନର ଆଇଏଏସ୍ ଅଫିସର ହେବାର ଲକ୍ଷ୍ୟ ରଖିଥିବା ସୁଶୀଲ ଭାବିଥିଲେ ଏହି ଟଙ୍କା ମିଳିବା ପରେ ତାଙ୍କ ଜୀବନରେ ସୁଖ ହିଁ ସୁଖ ଆସିଯିବ । ଏହା ଥିଲା ୨୦୧୧ର କଥା ।


ଏବେ ୨୦୨୦ । କିଛି ଦିନ ତଳେ ସୋସିଆଲ ମିଡିଆରେ ସୁଶୀଲ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ କେବିସି ଜିତିବା ପରେ ମୋ ଜୀବନରେ ସବୁଠୁ ଖରାପ ସମୟ ଆସିଲା । କଣ ହେଲା ତାଙ୍କ ଜୀବନରେ ଯେ ସେ ଏପରି ଲେଖିଲେ ଆସନ୍ତୁ ଜାଣିବା ।

୨୦୧୫ -୧୬ ତାଙ୍କ ଜୀବନରେ ଚ୍ୟାଲେଂଜର ବର୍ଷ ଥିଲା । କେବିସି ଜିତିବା ପରେ ତାଙ୍କ ଜୀବନରେ ଆସିଥିବା ପରିବର୍ତ୍ତନକୁ ସେ କିପରି ଗ୍ରହଣ କରିବେ ଜାଣି ପାରୁ ନ ଥିଲେ । ସୁଶୀଲ କହନ୍ତି, ମୁଁ ସେତେବେଳେ ଆମ ଅଂଚଳରେ ସେଲିବ୍ରିଟି ହୋଇଯାଇଥିଲି । ମାସକରୁ ୧୦ରୁ ୧୫ ଦିନ ମୁଁ ବିଭିନ୍ନ କାର୍ଯ୍ୟକ୍ରମକୁ ଅତିଥି ଭାବେ ଯାଉଥିଲି । ଏଥି ପାଇଁ ମୋ ପାଠ ପଡା ବନ୍ଦ ହୋଇଗଲା । କାଳେ ମୋର କିଛି ରୋଜଗାର ନାହିଁ ବୋଲି କେହି ଭ।ବିବେ ସେଥିପାଇଁ ମୁଁ ବିଭିନ୍ନ ବ୍ୟବସାୟରେ ଟଙ୍କା ବିନିଯୋଗ କରୁଥିଲି ।

କିନ୍ତୁ କୌଣସି ବ୍ୟବସାୟକୁ ସେ ସୂଚାରୁ ରୂପେ କରିପାରିଲେ ନାହିଁ ଆଉ ଗୋଟିଏ ପରେ ଗୋଟିଏରେ କ୍ଷତି କରିଚାଲିଲେ । କେବିସି ବିଜେତା ହୋଇଥିବାରୁ ବିଭିନ୍ନ ଅନୁଷ୍ଠାନକୁ ସେ ମାସକୁ ୫୦ ହଜାର ପାଖାପାଖି ଦାନ କରୁଥିଲେ । ଏଥି ପାଇଁ ଅନେକ ଲୋକ ତାଙ୍କୁ ଠକି ବି ଟଙ୍କା ହଡପ କରିଥିବା ପଛରେ ଜାଣିବାକୁ ପାଇଥିଲେ ।
କଥା ଏତିକିରେ ସରି ନ ଥିଲା । କୋଉଟା ଭଲ କୋଉଟା ଖରାପ ସୁଶୀଲ ଚିନ୍ତା କରୁ ନ ଥିବା ପତ୍ନୀ ସବୁବେଳେ ଅଭିଯୋଗ କଲେ । ପତ୍ନୀଙ୍କ ସହ ତିକ୍ତତା ବଢିବାକୁ ଲାଗିଲା ।

ଏ ଭିତରେ ସେ କିଛି କାର କିଣି ନିଜର ଜଣେ ବନ୍ଧୁଙ୍କ ସହ ମିଶି ଦିଲ୍ଲୀରେ ଏହାକୁ ଭଡା ଲଗାଇଲେ । ଏଥି ପାଇଁ ସେ ବାରମ୍ବାର ଦିଲ୍ଲୀ ଯିବାକୁ ପଡୁଥିଲା । ସେଠାରେ କିଛି ଗଣମାଧ୍ୟମର ଛାତ୍ରଙ୍କ ସହ ସେ ମିଳାମିଶା କରୁଥିଲେ । ସେମାନଙ୍କ ସହ ମିଶି ସୁଶୀଲ ଭାବିଥିଲେ ତାଙ୍କ ଜ୍ଞାନର ଅଭାବ ରହିଛି । ସେ ଯେପରି କୂପମଣ୍ଡୁକ । ଧୀରେ ଧୀରେ ନିଶାର ଜାଲରେ ସେଠି ଫଶିଗଲେ । ସିଗାରେଟ୍ ମଦ ସେ ବୁଡିକି ରହିଲେ ।

ଏମାନଙ୍କ ସହ ମିଳାମିଶା ଭିତରେ ତାଙ୍କ ମୁଣ୍ଡରେ ଫିଲ୍ମ କରିବା ପାଇଁ ବୁଦ୍ଧି ଜୁଟିଲା । ଏଥି ପାଇଁ ସେ ବାରମ୍ବାର ଫିଲ୍ମ ଦେଖୁଥିଲେ । ଏହାର କାହାଣୀକୁ ଲେଖୁଥିଲେ । ଏହାକୁ ତାଙ୍କ ପତ୍ନୀ ଦେକି ଚିଡି ଯାଇଥିଲେ । ଗୋଟିଏ ଫ୍ଲିମକୁ ବାରମ୍ବାର କାହିଁକି ଦେଖୁିଛ ବୋଲି ପ୍ରଶ୍ନ କରିଥିଲେ । ଦୁହିଁଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା । ଏହି କଥାକୁ କେନ୍ଦ୍ର କରି ପତ୍ନୀ ବାପଘରକୁ ଚାଲିଯାଇଥିଲେ ।

କିଛି ନ କରିବା କାରଣରୁ ଘରେ ଅଶାନ୍ତି ହେଉଛି ଭାବି ସେ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇବାକୁ ସ୍ଥିର କଲେ । ଏ ନେଇ ଜଣେ ପ୍ରଯୋଜକ ବନ୍ଧୁଙ୍କ ସହ ପରାମର୍ଶ କଲେ । ସେ ଫିଲ୍ମ ନିର୍ମାଣକୁ ନେଇ କେତେକ ବୈଷୟିକ ପ୍ରଶ୍ନ ପଚାରିଥିଲେ । ଯାହା ସମ୍ପର୍କରେ ସୁଶୀଲ ଥିଲେ ଅଜ୍ଞ । ତେଣୁ ପ୍ରଯୋଜକ ବନ୍ଧୁ ଜଣଙ୍କ ତାଙ୍କୁ ସିରିଏଲରେ କାମ କରିବାକୁ ପରାମର୍ଶ ଦେଲେ ।

ସୁଶୀଲ ଗୋଟିଏ ବଡ ପ୍ରଡକ୍ସନ ହାଉସରେ କାମ କରିବାର ସୁଯୋଗ ପାଇଲେ । ବହୁତ ନୂଆ କଥା ଶିଖିଲେ । କିନ୍ତୁ ସେଠାରେ ବି ତାଙ୍କ ମନ ଲାଗିଲା ନାହିଁ । ସେ ଅନୁଭବ କଲେ ଯେ ଏଠି ଫିଲ୍ମ ନିର୍ମତା ନୁହେଁ ସେ ନିଜକୁ ଠକି ଚାଲିଛନ୍ତି । ସେଠାରୁ ଫେରି ଆସିଲେ ନିଜ ଗାଁକୁ । ସେଠି ଶିକ୍ଷକତା ପାଇଁ ଏକ କୋର୍ସ କଲେ । ଧୀରେ ଧୀରେ ପରିବେଶ ପାଇଁ ହେଉତିବା ବିଭିନ୍ନ କାର୍ଯକ୍ରମରେ ନିଜକୁ ଜଡିତ ରଖିଲେ । ନିଶାଠୁ ଧୀରେ ଧୀରେ ନିଜକୁ ଦୂରେଇଲେ । ଆଉ ଏବେ ସେ ବହୁତ ହାଲକା ଅନୁଭବ କରୁଥିବା କହିଛନ୍ତି ସୁଶୀଲ ।

ଶେଷରେ ସୁଶୀଲ ଲେଖିଛନ୍ତି ଜୀବନରେ ଯେତିକି ଦରକାର ସେତିକି ରୋଜଗାର କରିବାର ଆବଶ୍ୟକତା ରହିଛି । ଆଉ ବାକି ଯେଉଁ ସମୟ ମିଳିବ ସେଥିରେ ପରିବେଶ ପାଇଁ କିଛି ଛୋଟ ଛୋଟ କାମ କରିବା ଦରକାର ।

Leave A Reply

Your email address will not be published.