Latest Odisha News

BREAKING NEWS

ଶପଥ ଗ୍ରହଣ ସମାରୋହ ପାଇଁ ଭୁବନେଶ୍ୱରରେ ଅଧାଦିନ ସରକାରୀ ଛୁଟି

ଭୁବନେଶ୍ଵର: ଆସନ୍ତାକାଲି ଅପରାହ୍ନ ୪ ଟା ୪୫ ମିନିଟରେ ଶପଥ ନେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ଜନତା ମଇଦାନରେ ଅନୁଷ୍ଠିତ ହେବ ଶପଥ ସମାରୋହ । ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲି ଦିନ ୨ ଟା ୧୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ସେଠାରୁ ସିଧାସଳଖ ରାଜଭବନ ଯାଇ ୨ ଘଣ୍ଟା ରହିବା ପରେ ୪ ଟା ୩୦ ବେଳେ ରାଜଭବନରୁ ବାହାରି ଜନତା ମୈଦାନ ଯିବେ ।

ତେବେ ଏହି ଶପଥ ସମାରୋହ ପାଇଁ ରାଜ୍ୟ ସରକାର ବୁଧବାର ଅଧାଦିନ ଛୁଟି ଘୋଷଣା କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁସାରେ ନୂଆ ସରକାରଙ୍କର ଶପଥ ଗ୍ରହଣ ସମାରୋହ ପାଇଁ ଭୁବନେଶ୍ୱରରେ ଥିବା ରାଜ୍ୟର ସମସ୍ତ ସରକାରୀ ଅଫିସ୍ ଓ ବିଏମସି ଅଞ୍ଚଳରେ ଥିବା ରାଜସ୍ୱ ଓ ମାଜିଷ୍ଟ୍ରେଟ୍ କୋର୍ଟ ଆସନ୍ତା ୧୨ତାରିଖ ଦିନ ୧ଟାରୁ ଛୁଟି ରହିବ ।

ସେପଟେ ଜନତା ମୈଦାନରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ଶପଥ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବହୁ ଭିଭିଆଇପି, ବିଶିଷ୍ଟ ବ୍ୟକ୍ତି, ଶିଳ୍ପପତି ଏହି ସମାରୋହରେ ଯୋଗଦେବାକୁ ଥିବା ବେଳେ ସେମାନଙ୍କ ରହଣି ପାଇଁ ବ୍ୟବସ୍ଥା ମଧ୍ୟ ହୋଇଛି। ଶପଥ ଗ୍ରହଣ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରବା ପାଇଁ କମିସନରେଟ ପୋଲିସ ଜନତା ମୈଦାନର ସ୍ଥିତି ସମୀକ୍ଷା କରିଛି । ଏଥିସହ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

Leave A Reply

Your email address will not be published.