Latest Odisha News

BREAKING NEWS

ଆସିଛି ପାର୍ବଣ, ଦାଣ୍ଡିଆ ନାଚରେ ଦୁଲୁକିବ ମଣ୍ଡପ, ଜାଣନ୍ତୁ ଦାଣ୍ଡିଆ ନାଚର ସ୍ବାସ୍ଥ୍ୟଗତ ଫାଇଦା ବିଷୟରେ

ସାରା ଦେଶରେ ବର୍ତ୍ତମାନ ପାର୍ବଣର ମାହୋଲ । ନବରାତ୍ରୀ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସାରା ଦେଶରେ ଦାଣ୍ଡିଆ ନାଚରେ ଦୁଲୁକିବ ମଣ୍ଡପ । ତେବେ ଏହି ନାଚ କେବଳ ମଜା ମସ୍ତି ପାଇଁ ବରଂ ସ୍ଵାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ।

ଭୁବନେଶ୍ଵର: ସାରା ଦେଶରେ ଗତ ରବିବାର ଠାରୁ ନବରାତ୍ରୀ ଉତ୍ସବ ଆରମ୍ଭ ହୋଇସାରିଛି । ଗୋଟେ ପଟେ ଭକ୍ତମାନେ ମା’ ଦୁର୍ଗାଙ୍କ ଆରାଧନା କରୁଥିବା ବେଳେ ଅନ୍ୟପଟେ ଅନେକ ସ୍ଥାନରେ ଦାଣ୍ଡିଆ ନାଚର ଆସର ଜମିଛି । ଦାଣ୍ଡିଆ ନାଚରେ ଭକ୍ତମାନେ ଦେବୀ ମା’ଙ୍କ ଆରାଧନା ପାଇଁ ହାତରେ ଦାଣ୍ଡିଆ(ନାଚରେ ବ୍ୟବହୃତ ବାଡି) ଧରି ଗରବା ନୃତ୍ୟ କରିବେ । ଦେଖିବାକୁ ଗଲେ ଦାଣ୍ଡିଆ ନାଚ ମନକୁ ଯେତେ ପ୍ରଫୁଲ୍ଲିତ କରିଥାଏ ସେତିକି ସ୍ଵାସ୍ଥ୍ୟଗତ ଫାଇଦା ମଧ୍ୟ ଦେଇଥାଏ । ତେବେ ଆସନ୍ତୁ ଜାଣିବା ଏହି ନାଚର ଅନେକ ସ୍ଵାସ୍ଥ୍ୟଗତ ଫାଇଦା ବିଷୟରେ ।

ଦେଖିବାକୁ ଗଲେ ହାତରେ ଦାଣ୍ଡିଆ ଧରି ପରସ୍ପର ସହିତ ଖୁସିରେ ବୃତ୍ତାକାର ଆକୃତିରେ ବୁଲି ନଚାଯାଉଥିବା ଏହି ନାଚ ବହୁ ଲୋକପ୍ରିୟ ନାଚ ଅଟେ । ଏହାକୁ ନାଚିବା ବେଳେ ଅନେକ ଶକ୍ତିର ଆବଶ୍ୟକତା ପଡିଥାଏ । ଜବରଦସ୍ତ ଧୂନ ଓ ଢୋଲର ତାଳରେ ନଚାଯାଉଥିବା ଏହି ଦାଣ୍ଡିଆ ନାଚ ମାନସିକ ଓ ଶାରୀରିକ ସ୍ତରରେ ବେଶ ଲାଭଦାୟକ ହୋଇଥାଏ । ଦାଣ୍ଡିଆ ନାଚିବା ବେଳେ ସମ୍ପୁର୍ଣ୍ଣ ଶରୀର ସକ୍ରିୟ ରହିଥାଏ ।

ଦାଣ୍ଡିଆ କରିବା ଦ୍ବାରା କ୍ୟାଲୋରୀ ହ୍ରାସ ହୋଇଥାଏ । କ୍ୟାଲୋରି କମିଲେ ଆମ ଶରୀରର ଓଜନ ହ୍ରାସ ପାଇଥାଏ । ତେଣୁ ପାର୍ବଣରେ ଫିଟ ରହିବା ପାଇଁ ଏହା ଏକ ଉତ୍ତମ ବିକଳ୍ପ ଅଟେ । ଦେଖିବାକୁ ଗଲେ ଏକ ଘଣ୍ଟା ଦାଣ୍ଡିଆ ନାଚିବା ଦ୍ଵାରା ଆମ ଶରୀରର ସେତିକି କ୍ୟାଲୋରି ହ୍ରାସ ହୋଇଥାଏ ଯେତିକି ଅଧଘଣ୍ଟା ସ୍ଵିମିଙ୍ଗ କରିବା ଦ୍ଵାରା ହୋଇଥାଏ । ଦାଣ୍ଡିଆ କେବଳ ମନକୁ ଖୁସି କରେ ନାହିଁ ବରଂ ହୃଦୟକୁ ମଧ୍ୟ ସୁସ୍ଥ ରଖିଥାଏ । ଏହା ଦ୍ବାରା ରକ୍ତ ସଞ୍ଚାଳନରେ ଉନ୍ନତି ଆସିଥାଏ । ଏହାସହ କୋଷ ଗୁଡିକ ସଠିକ ସମୟରେ ଅମ୍ଳଜାନ ମିଳିଥାଏ । ଏହା ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ।

ଶରୀରରେ ସମନ୍ୱୟ ଏବଂ ସନ୍ତୁଳନକୁ ମଧ୍ୟ ଉନ୍ନତ କରିବାରେ ସାହାଯ୍ୟ କରିଥାଏ । ଏହା ଉଭୟ ଶରୀର ଏବଂ ମନକୁ ଶକ୍ତିଶାଳୀ କରି ଶାରୀରିକ ଲାଭ ପ୍ରଦାନ କରିଥାଏ । ଦାଣ୍ଡିଆ କରିବା କରିବା ଦ୍ବାରା ମାଂସପେଶୀ ଫ୍ଲେକ୍ସିବଲ ହୋଇଥାଏ । ଫଳରେ ମନରେ ସ୍ଥିରତା ଆସିଥାଏ । ଏହା ବ୍ୟତୀତ ଦାଣ୍ଡିଆ ମନବୋଳକୁ ଦୃଢ କରିବା ସହିତ ଶକ୍ତିଶାଳୀ କରାଇବାରେ ସାହାଯ୍ୟ କରିଥାଏ । ଫ୍ରେସ ଲାଗିବା ସହିତ କୌଣସି କାର୍ଯ୍ୟ କରିବା ପାଇଁ ଇଚ୍ଛା ହୋଇଥାଏ । ଶାରୀରିକ ସ୍ୱାସ୍ଥ୍ୟ ବ୍ୟତୀତ ଦାଣ୍ଡିଆ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହା ମନକୁ ଶାନ୍ତ ରଖିବା ସହିତ ମନୋବଳକୁ ଉନ୍ନତି କରିଥାଏ।

Leave A Reply

Your email address will not be published.