Latest Odisha News

BREAKING NEWS

ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ କରି ଅଡୁଆରେ ଟିଏମସି ନେତା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାତ୍ସଲ୍ୟ କରି ଅଡୁଆରେ ପଡିଛନ୍ତି ତୃଣମୂଳ କଂଗ୍ରେସ ନେତା ଅଖିଳ ଗିରି । ଏପରି ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅଖିଳ ଗିରି ନନ୍ଦିଗ୍ରାମରେ ଏକ ରାଲିରେ ଭାଷଣ ଦେଉଛନ୍ତି । ରାଷ୍ଟ୍ରପତିଙ୍କ ରଙ୍ଗ, ରୂପକୁ ନେଇ ସେ ଅତି କୁତ୍ସିତ ମନ୍ତବ୍ୟ ଦେଉଛନ୍ତି ।

ସେଥିପାଇଁ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି । ବିଜେପି ଖୁଲମଖୁଲା ଅଖିଲଙ୍କୁ ସମାଲୋଚନା କରିବାକୁ ପଛାଇନାହିଁ । ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ୍ କରି ଭାଷଣ ଦେବା ବେଳେ ସେ ରାଷ୍ଟ୍ରପତିଙ୍କ ରୂପ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ । ଏହାପରେ ପଶ୍ଚିମବଙ୍ଗ ବିଜେପି ଟ୍ୱିଟରରେ ଏକ ଭିଡିଓ ସେୟାର କରିଛି ।

ଯେଉଁଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଟିଏମସିକୁ ଆଣ୍ଟି-ଟ୍ରାଇବାଲ୍ ବୋଲି ଉଲ୍ଲେଖ କରାଯାଇଛି । ଦ୍ରୌପଦୀ ମୁର୍ମୁ ଜନଜାତି ହୋଇଥିବାରୁ ଟିଏମସି ନେତା ତାତ୍ସଲ୍ୟ କରୁଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି । ସବୁଠୁ ବଡ଼ କଥା ସେହି ରାଲିରେ ରାଜ୍ୟ ମହିଳା ଜନକଲ୍ୟାଣ ମନ୍ତ୍ରୀ ଶଶି ପଞ୍ଜା ମଧ୍ୟ ଉପସ୍ଥିତ ଥିଲେ । ଟିଏମସିର ଭିଡିଓକୁ ରିଟ୍ୱିଟ୍ କରିଛି ବିଜେପି । ଟିଏମସି ଆଣ୍ଟି-ଟ୍ରାଇବାଲ୍ ବୋଲି କଟାକ୍ଷ କରିଛନ୍ତି ବିଜେପି ନେତା ଅମିତ୍ ମାଲବୀୟ ।

Leave A Reply

Your email address will not be published.