Latest Odisha News

BREAKING NEWS

ବଢ଼ିଲା ସଞ୍ଜୟ ରାଉତଙ୍କ ରିମାଣ୍ଡ ଅବଧି, ପତ୍ନୀ ବର୍ଷାଙ୍କୁ ସମନ୍ କଲା ଇଡି

ମୁମ୍ବାଇ: ଅର୍ଥ ହେରଫେର ମାମଲାରେ ଇଡି ଗୁରୁବାର ଦିନ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ସମନ୍ କରିଛି। ଏହି ମାମଲାରେ କୋର୍ଟ ସଞ୍ଜୟ ରାଉତଙ୍କ ରିମାଣ୍ଡ ଅବଧି ବଢାଇବାର କିଛି ଘଣ୍ଟା ପରେ ବର୍ଷାଙ୍କୁ ସମନ୍ କରିଛି ଇଡି। ମହାରାଷ୍ଟ୍ରର ଗୋରେଗାଓଁରେ ପାତ୍ରା ଚୌଲର ନବୀକରଣ କରିବାକୁ ଯାଇ ହୋଇଥିବା ଅନିୟମିତତା ଅଭିଯୋଗରେ ସଞ୍ଜୟ ରାଉତଙ୍କୁ ରବିବାର ଇଡି ଗିରଫ କରିଥିଲା। ସଞ୍ଜୟ ରାଉତଙ୍କ ବ୍ୟତୀତ ତାଙ୍କ ପତ୍ନୀ ଏବଂ କିଛି ସହଯୋଗୀ ମଧ୍ୟ ଏହି ମାମଲାରେ ସମ୍ପୃକ୍ତ ଥିବା କୁହାଯାଉଛି।

ବର୍ଷା ରାଉତଙ୍କ ଆକାଉଣ୍ଟରୁ ଏହି ଅନିୟମିତତା ଟଙ୍କା ଆସିଥିବା ଇଡି ସୂଚନା ପାଇଛି । ଗୁରୁବାର କୋର୍ଟରେ ଶୁଣାଣି ବେଳେ ଇଡି କହିଛି ଯେ ବର୍ଷା ରାଉତଙ୍କ ଆକାଉଣ୍ଟକୁ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ 1.08 କୋଟି ଟଙ୍କା ଆସିଛି।

ଚଳିତ ବର୍ଷ ଜାନୁଆରୀ ମାସରେ ବର୍ଷା ରାଉତଙ୍କୁ ଇଡି ପିଏମସି ବ୍ୟାଙ୍କ ଦୁର୍ନୀତି ମାମଲାରେ ଇଡି ଜେରା କରିଥିଲା। ମଧୁରୀ ପ୍ରବୀଣ ରାଉତ ନାମକ ବ୍ୟକ୍ତିଙ୍କ ଠାରୁ 55 ଲକ୍ଷ ଟଙ୍କା ବର୍ଷାଙ୍କ ଆକାଉଣ୍ଟକୁ ଆସିଥିଲା। ଏହି ଟଙ୍କାରେ ଗଫଲତି ରହିଛି ବୋଲି ଇଡି ସନ୍ଦେହ କରିଛି । ତେଣୁ ଏବେ ହୋଇଥିବା ସାନି ସମନରେ ବର୍ଷାଙ୍କୁ ଇଡି 55 ଲକ୍ଷ ଟଙ୍କାର ହିସାବ ମାଗିବ । କିଏ କେଉଁ ଉଦ୍ଦେଶ୍ୟରେ ପଠାଇଥିଲା ସେ ନେଇ ଜେରା କରିବ ବୋଲି ସୂଚନା ରହିଛି।

ଏହାପୂର୍ବରୁ ଗୁରୁବାର ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ଅଗଷ୍ଟ 8 ପର୍ଯ୍ୟନ୍ତ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ରିମାଣ୍ଡ ଅବଧି ବଢିଛି । ଇଡି ହେପାଜତରେ ପୁଣିଥରେ ସଞ୍ଜୟ ରାଉତ ରହିବେ।

Leave A Reply

Your email address will not be published.