Latest Odisha News

BREAKING NEWS

ଏପରି କରନ୍ତୁ ଘୋଷ୍ଟ କଲ୍ ର ସଠିକ୍ ବ୍ୟବହାର..

ଭୁବନେଶ୍ବର: ଆପଣଙ୍କୁ କେବେ ଏପରି ଏକ କଲ ଆସିଛି କି, ଆପଣ ଉଠାଇବାପରେ କୌଣସି ଉତ୍ତର ସେପଟୁ ଆସେ ନାହିଁ । ଏହାକୁ ଘୋଷ୍ଟ କଲ୍ କୁହାଯାଏ । ଅନେକଥର ଟେଲି ମାର୍କେଟିଂ କମ୍ପାନୀ ଏବଂ ସ୍କାମରମାନେ ଯାଞ୍ଚ କରିବା ପାଇଁ ଏପରି କଲ କରନ୍ତି ଉକ୍ତ ନଂ ସକ୍ରିୟ ଅଛି କି ନାହିଁ ଜାଣିବାକୁ । କିନ୍ତୁ ଏହି ଫିଚରକୁ ସ୍ମାର୍ଟ ଉପାୟରେ ବ୍ୟବହାର କରି, ଆପଣ ଅନେକ ଲାଭ ପାଇ ପାରିବେ ।

ମନେକରନ୍ତୁ, ଆପଣ ଏକ ପୁରୁଣା ପରିଚିତଙ୍କୁ ଭେଟିଛନ୍ତି ଏବଂ ବାର୍ତ୍ତାଳାପ କରିବାକୁ ଅସହଜ ହେଉଛନ୍ତି । ଏପରି ପରିସ୍ଥିତିରେ, ଏକ ଘୋଷ୍ଟ କଲ୍ ଆପଣଙ୍କୁ ସେହି ପରିସ୍ଥିତିରୁ ବାହାର କରିପାରିବ । ସେହିଭଳି, ଯଦି ଆପଣ ଏକ ଅପ୍ରିୟ ପରିସ୍ଥିତିକୁ ଏଡାଇବା ପାଇଁ ନିଜକୁ ବ୍ୟସ୍ତ ଦେଖାଇବାକୁ ଚାହୁଁଛନ୍ତି, ତେବେ ଏହି ଫିଚର ବହୁତ ସାହାଯ୍ୟକାରୀ ହୋଇପାରିବ ।

ଟ୍ରୁକଲର୍ ରେ ଆପଣ କେବଳ ଆପଣଙ୍କ ନିଜ ନମ୍ବରକୁ ଘୋଷ୍ଟ କଲ୍ କରିପାରିବେ। ଆପଣଙ୍କ ପାଖରେ ଏହାକୁ କଷ୍ଟମାଇଜ୍ କରିବାର ଅପ୍ସନ ମଧ୍ୟ ରହିଛି । ଆପଣ ଘୋଷ୍ଟ କଲର ନାମ, ନମ୍ବର ଏବଂ ଏକ ପ୍ରୋଫାଇଲ୍ ଫଟୋ ଆଡ୍ କରିପାରିବେ, ଫଳରେ ଏହା ଏକ ଅସଲି କଲ ପରି ଲାଗିବ । ଏଥି ସହିତ ଆପଣ ଏହାକୁ ସିଡ୍ୟୁଲ ମଧ୍ୟ କରିପାରିବେ ।

ଟ୍ରୁକଲର୍ ରେ ଏପରି ଘୋଷ୍ଟ କଲ୍ ସେଟ୍ କରି ପାରିବେ..
-ଟ୍ରୁକଲର୍ ଆପ୍ ଖୋଲନ୍ତୁ ଏବଂ ଘୋଷ୍ଟ କଲ୍( Ghost Call) ଅପ୍ସନ ବାଛନ୍ତୁ ।
– କଲରର ନାମ, ଫୋନ୍ ନମ୍ବର ଏବଂ ପ୍ରୋଫାଇଲ୍ ଫଟୋ ପୂରଣ କରନ୍ତୁ ।
-କଲ୍ ତୁରନ୍ତ ରିସିଭ୍ କରନ୍ତୁ । ଅବା ଏହାକୁ ୧୦ ସେକେଣ୍ଡ ୧ ମିନିଟ୍, ୫ ମିନିଟ୍ କିମ୍ବା ୩୦ ମିନିଟ୍ ମଧ୍ୟରେ ଆସିବା ପାଇଁ ସିଡ୍ୟୁଲ୍ କରନ୍ତୁ
– ଗୋଟିଏ ସମୟରେ କେବଳ ଗୋଟିଏ ଘୋଷ୍ଟ କଲ୍ ସିଡ୍ୟୁଲ୍ କରିପାରିବେ ।

Comments are closed.