Latest Odisha News

BREAKING NEWS

ସୁଖ ଓ ଶାନ୍ତିର ସରଳ ଉପାୟ…

ଲେଖିକା – ଶୁଭଶ୍ରୀ ମିଶ୍ର

ଜୀବଜଗତରେ ଶ୍ରେଷ୍ଠ ଜୀବ ମନୁଷ୍ୟହିଁ ଏକମାତ୍ର ପ୍ରାଣୀ ଯାହାର ମନ, ଚିନ୍ତା, ଭାବନା ଓ ବିବେକ ରହିଛି, କିନ୍ତୁ ଆଧୁନିକ ସମାଜରେ ମଣିଷ ମନକୁ ହିଁ ନେଇ ବିଭିନ୍ନ ସମସ୍ୟ।।ର ସମ୍ମୁଖୀନ ହେଉଛି ।

ଏକ ଅସନ୍ତୁଳିତ ମନହିଁ ଅନେକ ବ୍ୟାଧିର ମୂଳ କାରଣ ଅଟେ । ନିଜର ଆଭ୍ୟନ୍ତରୀଣ ମନକୁ ଆମେ ବୁଝିପାରିଲେ ଅନ୍ୟର ଅନ୍ତରମନକୁ ହିଁ ଆମେ ବୁଝିପାରିବା । ବର୍ହିଜଗତରୁ ଧ୍ୟାନ ହଟାଇ ଆମେ ନିଜର ଆଭ୍ୟନ୍ତରୀଣ ମନକୁ ଦେଖିପାରିଲେ ଅନେକ ସମସ୍ୟାର ସମାଧାନ ମିଳିଥାଏ । ପ୍ରତ୍ୟେକ ମନୁଷ୍ୟ ତା’ମନରେ ଚାଲୁଥିବା ଇଲ୍ୟୁଜନରୁ ବାହାରକୁ ଆସି ନିଜକୁ ପ୍ରଶ୍ନ କରିବା ଆବଶ୍ୟକ । ମଣିଷ ସତ୍ୟ ଓ କଳ୍ପନା ଭିତରେ ରହିଥିବା ଫରକକୁ ଉପଲବ୍ଧୀ କରିବା ନିତାନ୍ତ ଜରୁରୀ ।

ନିମ୍ନରେ ପ୍ରଦର୍ଶିତ କେତୋଟି ବିଚାର ଯଦି ଆମେ ଜୀବନରେ ପାଳନ କରିଚାଲିବା ତେବେ ବଞ୍ଚିବାର କୌଶଳ ବା ଆର୍ଟକୁ ଆମେ ସହଜରେ ଶିଖି ଯାଇପାରିବା ।

୧ – ଯେତେବେଳେ ‘ମୁଁ ‘କୁ ‘ଆମେ’ ରେ ବଦଳାଇ ପାରିବା ତେବେ ଯାଇ ରୋଗ ଉପଶମ ହେବାସହିତ ଆମେ ସୁଖ ଓ ସମୃଦ୍ଧିକୁ ଅନୁଭବ କରିପାରିବା ।

୨ – ହସ ହେଉଛି ସୁନ୍ଦର ଚେହେରାର ଗହଣା ସଦୃଶ । ସର୍ବଦା ମୁଖମଣ୍ଡଳରେ ହସକୁ ହିଁ ପିନ୍ଧିବାକୁ ଚେଷ୍ଟା କରନ୍ତୁ । ପ୍ରତ୍ୟେକ ମୂହୁର୍ତ୍ତରେ ମୁହଁରେ ହସ ଫୁଟାଇବାର ଅଭ୍ୟାସ କଲେ ଧିରେ ଧିରେ ତାହା ସ୍ଥାୟୀତ୍ୱ ଲାଭ କରିପାରିବ ।

୩ – ସତ ଡ଼େବିଟ୍ କାର୍ଡ଼ ପରି ଏବଂ ମିଛ କ୍ରେଡ଼ିଟ୍ କାର୍ଡ଼ ପରି । ପ୍ରଥମେ ଦିଅନ୍ତୁ ଓ ପରେ ଆନନ୍ଦ ନିଅନ୍ତୁ, ପରେ ପରେ ଭଲ ପରିଣାମ ଭୋଗନ୍ତୁ ।

୪ – ଆପଣଙ୍କ ମନ ଚୁମ୍ବକ ପରି କାମ କରିଥାଏ । ଅନ୍ୟକୁ ବ୍ଲେସିଂଙ୍ଗସ୍ ବା ଆଶୀର୍ବାଦ କରନ୍ତୁ । ଅନ୍ୟକୁ ଆଶୀର୍ବାଦ କଲେ ଏହା ବଦଳରେ ନିଜର ହିଁ ମଙ୍ଗଳ ହେବ ଏଥିରେ କୌଣସି ସନ୍ଦେହର ଅବକାଶ ହିଁ ନାହିଁ । ମନ ଭିତରେ ସଦା ସର୍ବଦା ସକାରାତ୍ମକ ଚିନ୍ତାକୁ ହିଁ ସ୍ଥାନ ଦିଅନ୍ତୁ ।

୫ – ଯଦି ଆପଣ ଅନ୍ୟର ଖୁସି ଲେଖିବା ପରି ପେନସିଲ୍ ହୋଇପାରୁନାହାନ୍ତି, ତେବେ ଗୋଟିଏ ରବର୍ ସଦୃଶ ଅନ୍ୟର କଷ୍ଟ ଲିଭାଇ ଦିଅନ୍ତୁ ।

୬ – ଗର୍ବ ଓ ଅହଂକାରରେ ମୁଣ୍ଡ ଉଠାନ୍ତୁ ନାହିଁ, ଏହାହିଁ ପତ୍ତନର କାରଣ ହୋଇଥାଏ ।

୭ – ନିଜର ଖୁସି ମଣିଷ ନିଜେହିଁ ନିଜେ ହିଁ ତିଆରି କରିଥାଏ ।

୮ – ଅନ୍ୟକୁ ସାହାଯ୍ୟ କରିବା ସମୟରେ ନିଜର ସ୍ୱାର୍ଥ ଦେଖିବା ବିଜିନେସ୍ ।

୯ – ଅନ୍ୟର ଖୁସି ଲାଗି ନିଜର ଖୁସିକୁ ତ୍ୟାଗ କରିବା ସହଜ ଅଟେ, କିନ୍ତୁ ସେହି ତ୍ୟାଗକୁ ସମ୍ମାନ କରୁଥିବା ମଣିଷ ପାଇବା ପ୍ରକୃତରେ କଷ୍ଟକର ।

୧୦ – ପର୍ବତ ଶିଖରରେ ପହଞ୍ଚିବାକୁ ସମସ୍ତଙ୍କୁ ଭଲଲାଗେ । ତେଣୁ ସଫଳତା ହାସଲ ଲାଗି ପ୍ରଚୁର ପରିଶ୍ରମ ଓ ଅଧ୍ୟବସାୟ କରିବାକୁ ପଡ଼ିଥାଏ ।

୧୧ – ଲୋକମାନେ ହର୍ଟ କରିଥାଆନ୍ତି ବା ଅନ୍ୟମାନଙ୍କ କଟୁ ମନ୍ତବ୍ୟ କି ଅଶାଳୀନ ଟିପ୍ପଣୀ ଦ୍ୱାରା ମନ ବ୍ୟଥିତ ହୋଇଥାଏ । କିନ୍ତୁ ଭଗବାନ ହିଲ୍ କରିଥାଆନ୍ତି ।

୧୨ – ନିଜର ମୁଡକୁ ସର୍ବଦା ଗରମ ରଖନ୍ତୁ ନାହିଁ, ଗରମ ମିଜାଜରେ ରହିଲେ ଏହାର ଫାଇଦା କେବଳ ଅନ୍ୟମାନେ ହିଁ ନେଇଥାଆନ୍ତି ।

୧୩ – ସଫଳ ସମ୍ପର୍କର ମାନେ ନୁହେଁ ଆମ ଭିତରେ କେେତେ ବୁଝାମଣା ରହିଛି । ଆମେ ପରସ୍ପର ମତଭେଦକୁ କେତେଶିଘ୍ର ଦୂର କରିପାରୁ ଏହାହିଁ ସଫଳ ସମ୍ପର୍କର ପରିଭାଷା ।

୧୪ – ଜିଭରେ ହାଡ଼ ନଥାଏ, କିନ୍ତୁ ଏହି ହାଡ଼ ନଥିବା ଜିଭର ଟାଣ ଓ କଟୁକଥା ଅନ୍ୟର ମନରେ କଷ୍ଟ ଦେଇଥାଏ । ତେଣୁ ଶବ୍ଦର ସଫଳ ବ୍ୟବହାର କରନ୍ତୁ ।

୧୫ – ଅନ୍ୟର ଶୁଣାକଥାରେ ବିଶ୍ୱାସ କରନ୍ତୁ ନାହିଁ । ସବୁ କାହାଣୀର ତିନୋଟି ଦିଗ ଥାଏ । ଆପଣଙ୍କ ନିଜର, ସାମ୍ନାଲୋକର ଏବଂ ସତ୍ୟର ।

୧୬ – ଦୁଃଖୀ ହେବାର ତିନୋଟି କାରଣ:-

– ସମାଲୋଚନା ବା କ୍ରିଟିସିଜମ୍
– ତୁଳନାତ୍ମକ ଚିନ୍ତାଧାରା ବା କମ୍ପାଏରିଂ
– ଅଭିଯୋଗ ବା କମ୍ପେ୍ଲନ୍
ଏହିସବୁ ନକାରାତ୍ମକ ଚିନ୍ତାଧାରାଠାରୁ ବେଶ୍ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ ।
୧୭ – ଯେଉଁକାମ ଆପଣ କରନ୍ତି, ତ୍ୟାଗର ସହିତ କଲେ କାର୍ଯ୍ୟଟି ନିଶ୍ଚିତ ରୂପେ ସଫଳ ହୋଇପାରିବ ।

ଏକ ସୁନ୍ଦର ଜୀବନର ଚାବିକାଠି ଆମ ହାତମୁଠାରେ ରହିଛି । ଏହିପରି କିଛି କଥା ପାଳନକଲେ ଆମ ଜୀବନ ସହଜ ଓ ଶାନ୍ତିପୂର୍ଣ୍ଣ ହୋଇପାରିଥାଏ । ନିଜେ ଶାନ୍ତିରେ ରହିଲେ ଆମେ ଅନ୍ୟକୁ ମଧ୍ୟ ଶାନ୍ତି ଦେଇ ପାରିଥାଉ । ଏହି ଶାନ୍ତି କ୍ରମଶଃ ବୃଦ୍ଧିପ୍ରାପ୍ତ ହୋଇ ବିଶ୍ୱଶାନ୍ତି ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥାଏ ।

( ଲେଖିକା ଏକାଧାରରେ ଜଣେ କବି, ସ୍ତମ୍ଭକାର, ତଥା ଯୋଗ-ପ୍ରାଣ-ବିଦ୍ୟା ଏବଂ ପ୍ରାନିକ୍ ହିଲର୍ )

Leave A Reply

Your email address will not be published.