ଭୁବନେଶ୍ବର: ଗ୍ରୀନ୍ ଟି ଜାଣିଥିବେ ଓ ପିଇଥିବେ ମଧ୍ୟ । କିନ୍ତୁ ବ୍ଲୁ ଟି କେବେ ପିଇଛନ୍ତି । ଏହା ଗ୍ରୀନ୍ ଟି ଠାରୁ ଅଧିକ ଲାଭଦାୟକ। ଅପରାଜିତା ଫୁଲର ଚାହା କୁ ବ୍ଲୁ ଟି କୁହାଯାଏ । ଏହା ଆଣ୍ଟି-ଅକ୍ସିଡ଼େଣ୍ଟରେ ଭରପୁର ଅଟେ । ଏଥିରେ ଅନେକ ଔଷଧିୟ ଗୁଣ ରହିଛି।
କିପରି ବନେଇବେ ଏହି ‘ବ୍ଲୁ ଟି’
ପ୍ରଥମେ ଏକ କପ ପାଣିରେ ୩/୪ଟି ଅପରାଜିତା ଫୁଲକୁ ପକାନ୍ତୁ। ଏହାକୁ ଭଲଭାବେ ଫୁଟାଇବା ପରେ, ଏହାକୁ ମିଠା କରାଇବା ପାଇଁ କିଛି ମାତ୍ରର ମହୁ ମିଶାନ୍ତୁ । ଆପଣ ଏବେ ଖରା ଦିନରେ ଏଥିରେ ବରଫ ମିଶାଇ ଆପଣ ଆଇସ ଟି ଭାବେ ମଧ୍ୟ ସେବନ କରିପାରିବେ।
ଲାଭ
-ମହିଳାଙ୍କ ପାଇଁ ଏହି ବ୍ଲୁ ଟି ବେଶ୍ ଭଲ । ଏହା ମାସିକଧର୍ମରେ ଅନିୟମତତାକୁ ଦୂର କରିଥାଏ ।
– ଏହି ଚାହା ତ୍ବଚାକୁ ପ୍ରାକୃତିକ ଉପାୟରେ ସୁନ୍ଦର କରିଥାଏ ଓ ଏହା କେଶ ଝଡ଼ିବା ମଧ୍ୟ ବହୁ ପରିମାଣରେ କମ କରିଥାଏ।
-ଏଥିରେ ଭରପୁର ମାତ୍ରାର ଆଣ୍ଟିଅକ୍ସିଡ଼େଣ୍ଟ ପୋଷକତତ୍ତ୍ବ ରହିଛି। ଏହା ଶରୀରରେ ଇମ୍ୟୁନିଟିକୁ ବଢ଼ାଇ ଥାଏ । ଏଥିରେ ଥିବା ବାୟୋକମ୍ପାଉଣ୍ଡ ଶରୀରରୁ ଟକ୍ସିନ୍ସକୁ ବାହାର କରିଥାଏ।
– ମାଇଗ୍ରେନର ସମସ୍ୟା ଥିଲେ ଏହି ଚାହା ବେଶ୍ ଲାଭଦାୟକ। ଏହା ମୁଣ୍ଡବିନ୍ଧା, ଥକାପଣ ଆଦି ଦୂର କରବାରେ ସାହାଯ୍ୟ କରିଥାଏ।
-ଏଥିସହ ଏହା ବ୍ଲଡ଼୍ ସୁଗାରର ସ୍ତରକୁ ନିୟନ୍ତ୍ରିତ ରଖିଥାଏ।
Comments are closed.