Latest Odisha News

BREAKING NEWS

ଇନଷ୍ଟାଗ୍ରାମରେ ଆପଣଙ୍କ ପୋଷ୍ଟ ଡିଲେଟ ହୋଇଯାଇଛି କି? ତେବେ ଜାଣନ୍ତୁ କିପରି କରିବେ ରିକଭର

ଭୁବନେଶ୍ଵର: ଆଜିକାଲିର ଇଣ୍ଟରନେଟ ଯୁଗରେ ସୋସିଆଲ ମିଡିଆ ପ୍ଲାଟଫର୍ମର କ୍ରେଜ ବେଶି । ସୋସିଆଲ ମିଡିଆରେ ଅନେକ ଗୁଡିଏ ପ୍ଲାଟଫର୍ମ ଥିଲେ ମଧ୍ୟ ଅଧିକାଂଶ ଲୋକଙ୍କର ପ୍ରଥମ ପସନ୍ଦ ଇନଷ୍ଟାଗ୍ରାମ । ଇନଷ୍ଟାଗ୍ରାମରେ ଅନେକଗୁଡିଏ ମହତ୍ଵପୂର୍ଣ୍ଣ ଫିଚର ମଧ୍ୟ ଉପଲବ୍ଧ, ଯାହା ଉପଭୋକ୍ତାମାନଙ୍କୁ ଅନେକ ଉତ୍ତମ ଅନୁଭୂତି ଦେଇଥାଏ । ପ୍ରତ୍ୟକ ଦିନ ଲୋକେ ନିଜ ଇନଷ୍ଟଗ୍ରାମ ଆକାଉଣ୍ଟରେ କିଛି ନା କିଛି ପୋଷ୍ଟ କରୁଛନ୍ତି । ତେବେ ଭୁଲ ବସତଃ ଯଦି ଆପଣଙ୍କର କୌଣସି ପୋଷ୍ଟ ଇନଷ୍ଟାଗ୍ରାମରୁ ଡିଲିଟ୍ ହୋଇଯାଏ ତେବେ ଲୋକମାନେ ଅନେକ ବ୍ୟସ୍ତ ହୋଇଯାଆନ୍ତି । ତେବେ ବର୍ତ୍ତମାନ ଏଥିପାଇଁ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ । ଡିଲିଟ୍ ହୋଇଯାଇଥିବା ପୋଷ୍ଟକୁ କିପରି ପୁଣିଥରେ ରୋକଭର କରିପାରିବେ ସେଥିପାଇଁ ଆମେ ଆପଣଙ୍କୁ କହିବୁ କିଛି ଉପାୟ । ଆସନ୍ତୁ ଜାଣିବା ସେବିଷୟରେ…

ଇନଷ୍ଟାଗ୍ରାମରୁ ଆପଣ କିପରି ଡିଲିଟ୍ ହୋଇଥିବା ଫଟୋ କିମ୍ବା ଭିଡିଓଗୁଡିକ କିପରି କରିବେ ରୋକଭର:-

ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ଇନଷ୍ଟାଗ୍ରାମ ଆପକୁ ଯିବାକୁ ପଡିବ । ଏହାପରେ ଆପଣ ଆପଣଙ୍କର ପ୍ରୋଫାଇଲ୍ ପିକ୍ଚରକୁ ଯାଆନ୍ତୁ । ପ୍ରୋଫାଇଲ ପିକ୍ଚରକୁ ଯିବା ପରେ ଆପଣଙ୍କୁ ପ୍ରୋଫାଇଲର ଡାହାଣ ପାର୍ଶ୍ୱ କୋଣରେ ତିନୋଟି ଧାଡି ଦେଖିବାକୁ ମିଳିବ । ବର୍ତ୍ତମାନ ଉପରୋକ୍ତ ତିନୋଟି ଧାଡି ଉପରେ ଟ୍ୟାପ୍ କରନ୍ତୁ । ଏହାପରେ ତଳକୁ ସ୍କ୍ରୋଲ୍ କରନ୍ତୁ । ସ୍କ୍ରୋଲ କଲାପରେ ତଳେ ‘ୟୋର ଆକ୍ଟିଭିଟି’ ଅପ୍ସନ ଉପରେ ଟ୍ୟାପ କରନ୍ତୁ । ଏହା ଉପରେ ଟ୍ୟାପ୍ କରିବା ପରେ, ଆପଣ ଦୁଇଟି ବିକଳ୍ପ ଦେଖିବେ । ‘ରିସେଣ୍ଟ ଡିଲେଟେଡ୍’ ଏବଂ ‘ରିମୁଭ୍ ଆଣ୍ଡ ଆର୍ଚିଭ୍ କଣ୍ଟେଣ୍ଟ’ । ଏବେ ରିସେଣ୍ଟ ଡିଲେଟେଡ୍ ଉପରେ ଟ୍ୟାପ କରନ୍ତୁ । ଏଠାରେ ଆପଣ ଡିଲିଟ୍ ହୋଇଥିବା ଫଟୋ କିମ୍ବା ଭିଡିଓକୁ ରିକଭର କରିପାରିବେ । ତେବେ ଗୋଟେ କଥା ଉପରେ ଧ୍ୟାନ ଦେବେ ଯେ ଏହି ପୋଷ୍ଟ ଗୁଡିକୁ ମାତ୍ର ୩୦ ଦିନ ଭିତରେ ଆପଣ ରିକଭର କରିପାରିବେ । ୩୦ ଦିନ ପରେ ଏହା ଡିଲେଟ ହୋଇଯିବ ।

Leave A Reply

Your email address will not be published.