Latest Odisha News

BREAKING NEWS

ଆଇପିଏଲରେ ଇତିହାସ ରଚିଲେ କୋହଲି

ଅହମ୍ମଦାବାଦ: ଚଳିତ ଆଇପିଏଲରେ ବୁଧବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ ଅବସରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଷ୍ଟାର ଖେଳାଳି ବିରାଟ କୋହଲି ଇତିହାସ ରଚିଛନ୍ତି । ସେ ଆଇପିଏଲର ପ୍ରଥମ ଖେଳାଳି ଭାବେ ୮୦୦୦ ରନ ପୂର୍ଣ୍ଣ କରିଛନ୍ତି । ଏଲିମିନେଟର ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଆରସିବି ୧୭୩ ରନର ବିଜୟ ଲକ୍ଷ୍ୟ ରାଜସ୍ଥାନ ସମ୍ମୁଖରେ ରଖିଛି । ରଜତ ପାଟଦାର ୩୪ ଓ ମହୀପାଲ ଲୋମରର ୩୨ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱୀନ ୨ଟି ଏବଂ ଆଭେଶ ଖାଁ ୩ଟି ୱିକେଟ ନେଇଥିଲେ । ଏହି ମ୍ୟାଚର ବିଜେତା ସନରାଇଜର୍ସ ହାଇଦ୍ରାବାଦ ଭେଟିବ । ବିଜୟୀ ଦଳ ଫାଇନାଲରେ କେକେଆରକୁ ସାମ୍ନା କରିବ ।

ରାଜସ୍ଥାନ ବିପକ୍ଷ ମୁକାବିଲାରେ କୋହଲି ୨୪ ବଲରୁ ୩୩ ରନ ସଂଗ୍ରହ କରିଥିଲେ । କୋହଲି ଓଭରାଲ ୨୪୪ ଇନିଂସରେ ୮୦୦୪ ରନ କରିଛନ୍ତି । ତାଙ୍କ ପଛକୁ ଶିଖର ଧାୱନ ରହିଛନ୍ତି । ସେ ୨୨୧ ଇନିଂସରେ ୬ ୭୬୯ ରନ ସଂଗ୍ରହ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଡେଭିଡ ୱାର୍ଣ୍ଣର(୬୫୬୫) ଓ ସୁରେଶ ରାଇନା (୫୫୨୮) ରନ କରିଛନ୍ତି । କୋହଲି ବେଙ୍ଗାଲୁର ପକ୍ଷରୁ ଗୋଟିଏ ସିଜନରେ ସର୍ବାଧିକ ରନ ସଂଗ୍ରହ କରିବାରେ ରେକର୍ଡ କରିଛନ୍ତି । ସେ ୨୦୧୬ରେ ୯୭୩ ରନ ଓ ଚ ଳିତ ସଂସ୍କରଣରେ ୭୪୧ ରନ ସଂଗ୍ରହ କରିଛନ୍ତି । ତାଙ୍କ ପଛକୁ କ୍ରିସ ଗୋଲ ୭୩୩ (୨୦୧୨), ଫାପ ଡୁ ପ୍ଲେସି ୨୦୨୩ରେ ୭୩୦ ରନ କରିଛନ୍ତି ।

Leave A Reply

Your email address will not be published.