Latest Odisha News

BREAKING NEWS

ବାରିପଦାରୁ ୫୬ ଗ୍ୟାସ୍ ସିଲିଣ୍ଡର ଚୋରି ଘଟଣା: ୮ ଗିରଫ, ୧୮ ସିଲିଣ୍ଡର ଜବତ

ବାରିପଦା: ବାରିପଦା ସଦର ଥାନା ଅନ୍ତର୍ଗତ ଶ୍ୟାମାଖୁଣ୍ଟା ଅଞ୍ଚଳର ଏକ ଏଚପି ଗ୍ୟାସ୍ ଗୋଦାମରୁ ୫୬ ଟି ସିଲିଣ୍ଡର୍ ଚୋରି ହେବା ଘଟଣା । ଏହି ଘଟଣାରେ ଆଜି ୮ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଗିରଫ ଅଭିଯୁକ୍ତ ମାନେ ହେଲେ ମୟୂରଭଞ୍ଜ ବଡ଼ସାହି ଅଞ୍ଚଳର । ସେମାନଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଛି ।

ଖବରମୁତାବକ, ପୋଲିସ ଏହି ଗିରଫ ସମସ୍ତ ଚୋର ମାନଙ୍କ ଠାରୁ ୧୮ଟି ସିଲିଣ୍ଡର ସହିତ ଗୋଟିଏ କାର,ଏକ ପିକଅପ୍ ଭ୍ୟାନ୍‌, ମୋବାଇଲ ଫୋନ ଓ କିଛି ନଗଦ ଟଙ୍କା ଜବତ କରିଛି ।

ଗିରଫ ୮ ଜଣଙ୍କ ମଧ୍ୟରୁ ୫ ଜଣ ଚୋରି କରିଥିବା ବେଳେ ଆଉ ୩ ଜଣ ସେମାନଙ୍କ ଠାରୁ ଏହି ଚୋରା ଗ୍ୟାସ୍ ସିଲିଣ୍ଡର କିଣିଥିବା ସୂଚନା ରହିଛି ।

ଗତ ଜାନୁଆରୀ ମାସରେ ୫୬ଟି ଗ୍ୟାସ୍ ସିଲିଣ୍ଡର ଚୋରି ହୋଇଥିବା ନେଇ ବାରିପଦା ଟାଉନ ଥାନାରେ ଏତଲା ଦିଆଯାଇଥିଲା । ଏତଲାକୁ ଆଧାର କରି ପୋଲିସ ମାମଲା ରୁଜୁ କରି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଦେଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ୧୮ ସିଲିଣ୍ଡର ଜବତ ହୋଇଥିବା ବେଳେ ଅନ୍ୟ ୩୮ଟି ସିଲିଣ୍ଡର କୁଆଡେ ଗଲା ଆଉ ଏଥିରେ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.