Latest Odisha News

ମୁହଁରେ ବ୍ରଣ ହେଉଛି କି ! ଆପଣାନ୍ତୁ ଏହି ଉପାୟ…..

ତ୍ବଚା ପାଇଁ ଆମେ ସବୁବେଳେ ଚିନ୍ତିତ ରହିଥାଆନ୍ତି । ଆଉ ମୁହଁରେ କୌଣସି ଦାଗ କି ବ୍ରଣ ହେଲେ ସଙ୍ଗେ ସଙ୍ଗେ ବିଭିନ୍ନ ଉପଚାର କରିଥାଉ । ତେବେ ମୁହଁରେ ଦାଗ କି ବ୍ରଣ ହୋଇଥିଲେ କିଛିଟା ଉପାୟ ଆପଣାନ୍ତୁ  । ଦେଖିବେ ଆପଣଙ୍କ ମୁହଁରୁ ବ୍ରଣ ଦାଗ ହଟିବା ସହ ତ୍ୱଚା ଚମକିବ ।

– ସପ୍ତାହରେ ୨-୩ଥର ଘି-କୁଆଁରୀ ରସରେ ଗୋଲାପ ଜଳ ମିଶାଇ ତ୍ବଚା ଉପରେ ଲଗାନ୍ତୁ ଏହାକୁ ଲଗାଇବା ଦ୍ୱାରା ବ୍ରଣ କମ୍ ହୁଏ।

-ବ୍ରଣ ଉପରେ ବାରମ୍ବାର ବରଫ ଲଗାନ୍ତୁ । ବ୍ରଣକୁ ଶୀଘ୍ର ଦବାଇବାକୁ ଚାହୁଁଥିଲେ, ଦିନରେ ଅତିକମ୍‌‌ରେ ୩୦-୪୦ଥର ବରଫର ଉପଚାର କରିଲେ ଲାଭ ମିଳେ । ତେବେ ବ୍ରଣ ହୋଇଥିଲେ ହାତ ଆଦୌ ଲଗାନ୍ତୁନି । ହାତ ଲଗାଇଲେ ଦାଗ ହୋଇପାରେ ।

– ଲେମ୍ବୁ ରସରେ ମଧ୍ୟ ଚମତ୍କାରୀ ତତ୍ତ୍ବ ରହିଛି ଯାହା ବ୍ରଣରୁ ରକ୍ଷା କରେ । ଲେମ୍ବୁ ରସ ଲଗାଇ ୧୦ ମିନିଟ୍ ପରେ ତ୍ବଚା ଧୋଇନେବେ । ଦେଖିବେ ପୂର୍ବ ଅପେକ୍ଷା ଦାଗ କିଛି ପରିମାଣରେ କମିଯିବ  ।

– ମହୁକୁ ତ୍ବଚାରେ ଲଗାଇ ନଖ ଉଷୁମ ପାଣିରେ ୨୦ ମିନିଟ୍ ପରେ ଧୋଇ ନିଅନ୍ତୁ । ନିୟମିତ ତୁଳସୀ ପତ୍ର ଗୁଣ୍ଡ ୧ ଚାମଚ ଓ ମହୁ ମିଶାଇ ପ୍ୟାକ୍ ଭଳି ତ୍ବଚାରେ ଲଗାଇବେ । ମୁହଁରେ ବ୍ରଣ ଓ ଦାଗ ଉଭୟ ଦୂରେଇଯିବ ।

Leave A Reply

Your email address will not be published.