Latest Odisha News

BREAKING NEWS

ଦୁବାଇରେ ଟାୱେଲ ପିନ୍ଧି ବୁଲିଲେ ହ୍ରିତିକ୍

ଦୁବାଇ: ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ଦୁବାଇରେ ଟାୱେଲ ପିନ୍ଧି ବୁଲି ଏବେ ଚର୍ଚ୍ଚାରେ । ତାଙ୍କର ଏହି ଫଟୋ ସୋସିଆଲ ନେଟୱର୍କିଂ ସାଇଟରେ ଶେୟାର ହେବା ପରେ ଏହା ଏବେ ଭାଇରାଲ ହୋଇଛି । ସେ ଫଟୋ ତଳେ ଲେଖିଛନ୍ତି ଏହି ଷ୍ଟାଇଲ ରଣବୀର ସିଂଙ୍କଠାରୁ ପ୍ରେରିତ । ସବୁଠାରୁ ମଜା କଥା ଟାୱେଲ ପିନ୍ଧି କିଛି ବାଟ ଯିବା ପରେ ଏହା ଢ଼ିଲା ଥିବାରୁ ଖସି ଯାଇଥିଲା ।

ସୁପର ୩୦ ଫିଲ୍ମରେ ହ୍ରିତିକଙ୍କ ସହ ଅଭିନୟ କରିଥିବା ମୃଣାଳ ଠାକୁର କିନ୍ତୁ ସେ କାହିଁକି ଟାୱେଲ ପିନ୍ଧିଥିଲେ ତାହାର କାରଣ ଖୋଜି ପାଇଥିଲେ । ସେ ଟୁଇଟ କରିଥିଲେ ତୁମ ପାଦ କ’ଣ ହେଲା । ଫଟୋରେ ହ୍ରିତିକ ଡାହଣ ପାଦରେ ବ୍ୟାଣ୍ଡେଜ ବାନ୍ଧିଥିବା ଦେଖିବାକୁ ମିଳିଥିଲା । ଏହାର ଉତର ଅବଶ୍ୟ ହ୍ରିତିକ ଦେଇ ନାହାନ୍ତି ।

Leave A Reply

Your email address will not be published.