Latest Odisha News

BREAKING NEWS

ଆଟାଂର୍କଟିକାରେ ନ୍ୟୁୟର୍କ ସହରଠାରୁ ବଡ ବରଫଚଟାଣରେ ସୃଷ୍ଟି ହୋଇଛି ଫାଟ !

ଲଣ୍ଡନ: ବ୍ରିଟିଶ ଆଟାଂର୍କଟିକା ସର୍ଭେ ଅନୁସାରେ ନ୍ୟୁୟର୍କ ସହରଠାରୁ ବଡ ଏକ ଆଇସବର୍ଗ ଏବେ ଫାଟିବାରେ ଲାଗିଛି । ୧୨୭୦ କିଲୋମିଟର ଲମ୍ବା ଏବଂ ୧୫୦ ମିଟର ଚୌଡା ଏହି ବରଫ ଚଟାଣ ମଝିରୁ ଦୁଇ ଭାଗ ହୋଇଯାଇଛି । ଏହା ଧିରେ ଧିରେ ପରସ୍ପରଠାରୁ ଅଲଗା ହେବାରେ ଲାଗିଛି ଯାହା କି ଏକ ଚିନ୍ତାର କାରଣ । ପୂର୍ବରୁ ଏହି ବରଫଚଟାଣ ଫାଟିବା ନେଇ ଆଶଙ୍କା ବ୍ୟକ୍ତ କରାଯାଇଥିଲା । ବ୍ରିଟେନର ସାଇଂଟିଫିକ୍ ଆଉଟପୋଷ୍ଟଠାରୁ ଏହାର ଦୂରତା ବେଶୀ ନାହିଁ ।

କେତେକ ଗବେଷକ ଏଥିପାଇଁ ପରିବେଶ ପ୍ରଦୂଷଣକୁ ଦାୟୀ କରୁଥିବା ବେଳେ ଅନ୍ୟମାନେ ଏହା ଏକ ପ୍ରାକୃତିକ କାର୍ଯ୍ୟ ବୋଲି କହିଛନ୍ତି । ପ୍ରତି ୨ ବର୍ଷ ବରଫ ଫାଟିଯାଇଥାଏ ବୋଲି ସେମାନେ କହିଛନ୍ତି । ସୂଚନାଯୋଗ୍ୟ, ଏହି ଅଂଚଳରେ ଶୀତ ଦିନେ ମାଇନସ ୫୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମି ଯାଇଥାଏ ।

Leave A Reply

Your email address will not be published.