Latest Odisha News

BREAKING NEWS

ବଟ ନଦୀରେ ମାଛ ମଡକ: ନଦୀରେ ଭାସୁଛନ୍ତି କ୍ୱିଣ୍ଟାଲ କ୍ୱିଣ୍ଟାଲ ମଲା ମାଛ

ପାରାଦୀପ : ପାରାଦୀପ ରାଇସମିଲରେ ମାଛ ମଡ଼କ । ପାରାଦୀପରେ ଥିବା ବଟ ନଦୀରେ ମାଛ ମଡ଼କ ଦେଖାଦେଇଛି । ତେବେ ରାଜନୈତିକ ଶତ୍ରୁତାକୁ ନେଇ ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଷ ପକାଇଦେବା କାରଣରୁ ଟନ ଟନ ମାଛ ମରିଥିବା ଅଭିଯୋଗ ଆଣିଛନ୍ତି ଘେରି ମାଲିକ । ଗତ ପୌର ନିର୍ବାଚନରେ ପାରାଦୀପ ରାଇସମିଲ ସୁନାଖଳା ବାସିନ୍ଦା ଏକ ନିର୍ଦ୍ଧିଷ୍ଟ ଦଳକୁ ଭୋଟ୍ ଦେବାକୁ ସ୍ଥିର କରିଥିଲେ । ଏଥିରେ ବସ୍ତିର କିଛି ଲୋକ ସମିଲ ହୋଇନଥିଲେ ।

ତେବେ ଜଣେ ବ୍ୟକ୍ତି ପୂର୍ବରୁ ଘେରି ମାଲିକ ପ୍ରଭାକର ଲେଙ୍କାଙ୍କ ପଖରେ କାମ କରୁଥିଲେ । କିଛି ମତାନ୍ତର କାରଣରୁ ପରୋକ୍ଷରେ ଘେରିରେ ବିଷ ପକାଇ ମାଛ ମାରିଦେବା ନେଇ ସେ ଘେରି ମାଲିକଙ୍କୁ ଧମକ ଦେଇଥିଲେ । ପୂର୍ବ ଶତୃତାରୁ ଟନ ଟନ ମାଛ ମାରିଦେବା ସହ ଲକ୍ଷ ଲକ୍ଷ ଟଙ୍କା କ୍ଷତି ହୋଇଥିବା ଅଭିଯୋଗ ହୋଇଛି ।

ଖବର ପାଇ ଆଞ୍ଚଳିକ ପ୍ରଦୂଷଣ ବିଭାଗ ପାଣିର ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି ।

Leave A Reply

Your email address will not be published.