ଝାରସୁଗୁଡ଼ା: ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ । ଏଭଳି ଘଟଣା ସାମ୍ନାକୁ ଆସିଛି ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଏଚ୍. କଣ୍ଟାପାଳି (ଗଣ୍ଠିଆବୁଡ଼) ଗାଁରେ । ମୃତକ ହେଲେ ୨୮ ବର୍ଷୀୟା ସୌଦାମିନୀ କିଷାନ । ଏହି ଘଟଣାରେ ଅଭିଯୁକ୍ତ ସ୍ବାମୀ ରାହୁଲ ବାଗକୁ ପୋଲିସ ଗିରଫ କରିଛି ।
ରାହୁଲ ବାଗ୍ ଓ ସୌଦାମିନୀ କିସାନ (୨୮) ପ୍ରାୟ ୩ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ଉଭୟଙ୍କ ଅଢେଇ ବର୍ଷର ଏକ ସନ୍ତାନ ମଧ୍ୟ ଅଛି । ତେବେ ସ୍ବାମୀ ଅନ୍ୟ ଝିଅ ସହିତ ପ୍ରେମ ସମ୍ପର୍କରେ ଥିବା ନେଇ ସ୍ତ୍ରୀ ସୌଦାମିନୀ ସନ୍ଦେହ କରିବାରୁ ଉଭୟଙ୍କ ମଧ୍ୟରେ କଳହ ଲାଗି ରହି ଆସିଥିଲା ।
ଆଜି ଝଗଡ଼ା ଉଗ୍ର ରୂପ ନେଇଥିଲା । ରାହୁଲ ବାଡିରେ ପିଟି ପିଟି ସ୍ତ୍ରୀ ସୌଦାମିନୀକୁ ହତ୍ୟା କରି ଦେଇଛି । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଲାଇଥିବା ବେଳେ ରାହୁଲକୁ ଗିରଫ କରିଛି ।
